ଓଡିଶା

odisha

ETV Bharat / state

Cyclone Sitrang: 12 ଘଣ୍ଟା ମଧ୍ୟରେ ବାତ୍ୟା ! ଉତ୍ତର-ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ - Cyclone Sitrang update

ଗଭୀର ଅବପାତରେ ପରିଣତ ହେଲା ଅବପାତ । ଆଜି ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଅଧିକ ପଢ଼ନ୍ତୁ

depression over east central bay of bengal
ସୃଷ୍ଟି ହେଲା ଗଭୀର ଅବପାତ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା

By

Published : Oct 23, 2022, 9:22 AM IST

Updated : Oct 23, 2022, 11:01 AM IST

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଘନୀଭୂତ ହୋଇ ଆଜି ଗଭୀର ଅବପାତର ରୂପ ନେଇଛି । ଅବପାତ ଗତ 6 ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି 17 କିମି ବେଗରେ ଗତି କରିବା ସହ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ 12 ଘଣ୍ଟା ଯାଏ ନିଜ ଗତି ଦିଗ ବଜାୟ ରଖିବ। ଏହାପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । 25 ତାରିଖ ସକାଳୁ ବାଂଲାଦେଶରେ ବାତ୍ୟା ସି-ତ୍ରଙ୍ଗ ପ୍ରବେଶ କରିବ । ଏହାର ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ହାଲୁକାରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସକ୍ରିୟ ହେଉଛି । ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ । 25 ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ବୀପ ସାଣ୍ଡୱିପ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହା ଧାମରା ଓ ପାରାଦ୍ବୀପ ଠାରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବା ନେଇ ଆକଳନ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ପ୍ରଭାବ ସେତେ ବେଶି ନଥିବା କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:CYCLONE SITRANG: ଧାମରା ପାରାଦ୍ବୀପଠାରୁ ୨୦୦କିମି ଦୂରରେ ଅତିକ୍ରମ କରିବ ବାତ୍ୟା !

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଯୋଗୁଁ ବାହ୍ୟ ମେଘ ଖଣ୍ଡ ଦ୍ବାରା ରାଜ୍ୟର ଗୋଟେ କିମ୍ବା ୨ଟି ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ଏହା ପ୍ରଭାବରେ ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକରେ ଆଜିଠାରୁ ଆସନ୍ତାକାଲି ଯାଏ ପ୍ରବଳ ବର୍ଷା ହୋଇପାରେ । ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Last Updated : Oct 23, 2022, 11:01 AM IST

ABOUT THE AUTHOR

...view details