ଓଡିଶା

odisha

ETV Bharat / state

ହଜିଯାଉଥିବା ଲୋକବାଦ୍ୟର ନିଆରା ସଂଗ୍ରାହକ - old folk music collector

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲିପଦର ଗାଁର ବାପି ମହାପାତ୍ର । ସକାଳ ପାଇଲେ ତାଙ୍କ ବୈଠକ ଘରୁ ଛୁଟିଆସେ ଅତି ପରିଚିତ ପୁରୁଣା ବାଦ୍ୟଯନ୍ତ୍ରର ଧ୍ୱନି । ଉତ୍କଳୀୟ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ପୁରୁଣା ବାଦ୍ୟଯନ୍ତ୍ରକୁ ସାଇତି ରଖିବା ପାଇଁ ସରକାର ଧ୍ୟାନ ଦେବାକୁ ପାଲା କଳାକାର ଓ ମଲିପଦର ଗ୍ରାମବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ହଜିଯାଉଥିବା ଲୋକବାଦ୍ୟର ନିଆରା ସଂଗ୍ରାହକ
ହଜିଯାଉଥିବା ଲୋକବାଦ୍ୟର ସଂଗ୍ରାହକ ବାପି

By

Published : Jun 6, 2021, 7:08 AM IST

Updated : Jun 6, 2021, 8:25 AM IST

ଖୋର୍ଦ୍ଧା: କେତେବେଳେ ମୃଦଙ୍ଗର ଧ୍ଵନି ତ ଆଉ କେତେବେଳେ ଖଞ୍ଜଣିର ସ୍ୱର । ମଝିରେ ମଝିରେ କେନ୍ଦେରା ବାହୁନୁଛି, ଦାସକାଠିଆ ବି କଥା କହୁଛି । ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ସ୍ୱର ଦେଉଥିବା ବାଦ୍ୟକଳାରେ ମସଗୁଲ ବାପି ମହାପାତ୍ର । ବାପି କେବଳ ପୁରାତନ ବାଦ୍ୟଯନ୍ତ୍ର ବଜାଇବାରେ ସିଦ୍ଧହସ୍ତ ନୁହନ୍ତି, ତାକୁ ସଂଗ୍ରହ କରି ସାଇତି ରଖିବା ପାଲଟିଛି ତାଙ୍କର ବଡ଼ ନିଶା ।

ହଜିଯାଉଥିବା ଲୋକବାଦ୍ୟର ନିଆରା ସଂଗ୍ରାହକ
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲିପଦର ଗାଁର ବାପି ମହାପାତ୍ର । ସକାଳ ପାଇଲେ ତାଙ୍କ ବୈଠକ ଘରୁ ଛୁଟିଆସେ ଅତି ପରିଚିତ ପୁରୁଣା ବାଦ୍ୟଯନ୍ତ୍ରର ଧ୍ୱନି । ବୀଣାର ସ୍ୱର ମନ ଜିଣିନିଏ, ନାଗରାର ସ୍ୱର ଶୁଣିଲେ ମନ ସତର୍କ ହୋଇଯାଏ । ଭୁଲି ଯାଇଥିବା କଥା ପୁଣି ମନକୁ ଲେଉଟି ଆସେ । ଦୀର୍ଘ 10ବର୍ଷ ହେବ ଏମିତି ବାଦ୍ୟଯନ୍ତ୍ର ସଂଗ୍ରହ କରି ବଜାଇବାରେ ଆନନ୍ଦ ପାଇଥାନ୍ତି ବାପି । ବାପିଙ୍କ ଜେଜେ ଥିଲେ ସେ ସମୟର ପ୍ରସିଦ୍ଧ ମୃଦଙ୍ଗ ବାଦକ । ପିଲାଦିନୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପୁରାତନ ବାଦ୍ୟଯନ୍ତ୍ର ପ୍ରତି ତାଙ୍କର ଆସିଲା ଆଗ୍ରହ । ପିଲାଦିନର ସେହି ଖୁସି ଓ ଆନନ୍ଦ ପାଲଟିଗଲା ଜୀବନର ନିଶା । ବାପି ଏବେ ଏକତାରା, ଧୁଡୁକି, କେନ୍ଦେରା, ନାଗରା, ବଂଶୀ, ଦଶକାଠିଆ, ଖଞ୍ଜଣି, ମୃଦଙ୍ଗ ଭଳି ହଜିଯାଉଥିବା 10ରୁ ଉର୍ଦ୍ଧ୍ବ ଲୋକବାଦ୍ୟ ସାଇତି ରଖିଛନ୍ତି । ଏହି ପୁରୁଣା ବାଦ୍ୟଯନ୍ତ୍ରର ଏକ ସଂଗ୍ରହାଳୟ କରି ଆଗାମୀ ପିଢ଼ି ପାଇଁ ସଂରକ୍ଷିତ କରି ରଖିବାକୁ ବାପିଙ୍କ ଇଚ୍ଛା । ଉତ୍କଳୀୟ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ପୁରୁଣା ବାଦ୍ୟଯନ୍ତ୍ରକୁ ସାଇତି ରଖିବା ପାଇଁ ସରକାର ଧ୍ୟାନ ଦେବାକୁ ପାଲା କଳାକାର ଓ ମଲିପଦର ଗ୍ରାମବାସୀ ଦାବି କରିଛନ୍ତି ।ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jun 6, 2021, 8:25 AM IST

ABOUT THE AUTHOR

...view details