ଓଡିଶା

odisha

ETV Bharat / state

ବୋଲଗଡରେ ଅଲୌକିକ ଘଟଣା, ପଥରରୁ ବାହାରିଲେ ରାଧାକୃଷ୍ଣ - bolagarh radha Krishna sculpture

ପଥରରୁ ବାହାରିଲେ ରାଧାକୃଷ୍ଣ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ହାଟବସ୍ତ ଗ୍ରାମର ଶପ୍ନେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ଏକ ପଥରରୁ ରାଧାକୃଷ୍ଣ ବାହାରିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

lord radha Krishna sculpture found from stone in bolagarh khordha
ବୋଲଗଡରେ ଅଲୌକିକ ଘଟଣା, ପଥରରୁ ବାହାରିଲେ ରାଧାକୃଷ୍ଣ

By

Published : Oct 23, 2022, 3:46 PM IST

ଖୋର୍ଦ୍ଧା: ବୋଲଗଡରେ ଅଲୌକିକ ଘଟଣା ଦେଖିବାକୁୂ ମିଳିଛି । ଏଠାରେ ପଥରରୁ ବାହାରିଛି ରାଧାକୃଷ୍ଣଙ୍କ ମୂର୍ତ୍ତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ହାଟବସ୍ତ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଶ୍ବପ୍ନେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ଚଉରା ଗଛ ମୂଳରେ ଏକ ପଥରରେ ଶ୍ରଦ୍ଧାଳୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଦେଖିବାକୁ ପାଇଥିଲେ । ଏହି ଅଲୌକିକ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ବୋଲଗଡରେ ଅଲୌକିକ ଘଟଣା

ଶ୍ବପ୍ନେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ଚଉରା ଗଛ ମୂଳରେ ଗ୍ରାମର ହବିଷ୍ୟାଳିମାନେ ରାଧାଦାମୋଦର ପୂଜା କରୁଥିଲେ । ଏହି ସମୟରେ ସଞ୍ଜ ସଳିତା ଲଗାଇ ପଥରରେ ରଖୁଥିବାବେଳେ ରାଧାକୃଷ୍ଣ ମୂର୍ତ୍ତି ବାହାରିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରାଧାକୃଷ୍ଣଙ୍କ ମୂର୍ତ୍ତି ଦେଖିବାକୁ ମନ୍ଦିରରେ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଥମେ ପଥର ଦେହରୁ ମୂର୍ତ୍ତିର ଉପର ଭାଗ ବାହାରିଥିବା ଦେଖିବାକୁ ମିଳିଥିଲା। ପରେ ସମ୍ପୂର୍ଣ୍ଣ ବାହାରିଥିବା କୁହାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ:ବାଲେଶ୍ବରରେ ଅଲୌକିକ ଘଟଣା, ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ

ଏନେଇ ହବିଷ୍ୟାଳିମାନେ କହିଛନ୍ତି, "କେହି ଏହାକୁ ବିଶ୍ବାସ କରୁଥିବାବେଳେ ଅନ୍ୟ କେତେକ ଏହାକୁ ଅବିଶ୍ବାସ କରୁଛନ୍ତି । ଏଠାରେ ସ୍ବୟଂ ଭଗବାନଙ୍କ ଆବିର୍ଭାବ ହୋଇଛି। ତେଣୁ ଆମେ ଏହି ମୂର୍ତ୍ତିକୁ ପୂଜା କରିବୁ ।" କାର୍ତ୍ତିକ ବ୍ରତଧାରୀମାନେ ପ୍ରତ୍ୟହ କ୍ଷୀର ତୁଳସୀ ଦେଇ ମୂର୍ତ୍ତିକୁ ପୂଜାର୍ଚ୍ଚନା କରୁଥିବାରୁ ଏହା ବଢୁଛି ବୋଲି ମହିଳାମାନେ କହିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ହାଟବସ୍ତ ଗ୍ରାମରେ ଥିବା ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । କାର୍ତ୍ତିକ ମାସରେ ଭଗବାନ ଆବିର୍ଭାବ ହୋଇଛନ୍ତି କହି ଭକ୍ତ ଭାବବିହ୍ବଳ ହେଉଥିବା ଦେଖା ଦେଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details