ଭୁବନେଶ୍ବର: ଜମି ବିବାଦ ପାଇଁ ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ l ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ ରହିଛି । ବଡୁ ନିଯୋଗ ଓ ପୂଜା ପଣ୍ଡା ମଧ୍ୟରେ ଜମି ବିବାଦରୁ ପୂଜା ପଣ୍ଡା ନୀତିକାନ୍ତି ବନ୍ଦ କରିଥିବା ନେଇ ସୂଚନା । ଅନ୍ୟପଟେ ନୀତିକାନ୍ତି ବନ୍ଦ ରହିଥିଲେ ବି ମହାପ୍ରଭୁଙ୍କ ଦର୍ଶନ ଜାରି ରହିଛି ।
ପୁଣି ମହାପ୍ରଭୁ ଲିଙ୍ଗରାଜ ନୀତିକାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିଛି । ଜମିଜମା ବିବାଦକୁ ନେଇ ପୂଜା ପଣ୍ଡା ମଙ୍ଗଳ ଆଳତି ଅର୍ଥାତ ପ୍ରଥମିକ ନୀତିକାନ୍ତି ବନ୍ଦ କରିଥିବା ଜଣାପଡିଛି । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ଉପାସରେ ରହିଛନ୍ତି ।
ତେବେ ପୂଜା ପଣ୍ଡାଙ୍କ କହିବାନୁଯାୟୀ, "ଆମେ ଠାକୁରଙ୍କ ନିତିକନ୍ତି ରେ ଅସହଯୋଗ କରିଛୁ, ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଜବରଦସ୍ତ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l ୨୦୧୯ ମସିହାରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ସରକାର ଓ ମନ୍ଦିର ଓ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କୌଣସି ସମାଧାନର ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଛି । ଅନ୍ୟପଟେ ବଡୁ ନିଯୋଗଙ୍କ କହିଛନ୍ତି, "ପୂଜା ପଣ୍ଡା ନୀତି ବନ୍ଦ କରିଛନ୍ତି । ଆମେ ଆମ କାମ ସଠିକ ଭାବେ କରୁଛୁ ।"
ଏହାମଧ୍ୟ ପଢନ୍ତୁ..ଉପାସରେ ମହାପ୍ରଭୁ ଲିଙ୍ଗରାଜ, କାଲି ସନ୍ଧ୍ୟାରୁ ବନ୍ଦ ରହିଛି ନୀତିକାନ୍ତି