ଓଡିଶା

odisha

ETV Bharat / state

Naba Das Murder Case: ନୂଆ ତଥ୍ୟ ସହ ପୁଣି ଆକ୍ରମଣ କଲେ ବିରୋଧୀ ଦଳନେତା - ନୂଆ ତଥ୍ୟ ସହ ପୁଣି ଆକ୍ରମଣ କଲେ ବିରୋଧୀ ଦଳନେତା

ପ୍ରେସମିଟ କରି ଜୟ କହିଛନ୍ତି, ‘‘ତଦନ୍ତ ବେଳେ ଗୋପାଳ ଦାସ ଠାରୁ ଏକ ଡାଏରି ମିଳିଥିଲା ବୋଲି ପୋଲିସ କହିଥିଲା । ନବ ଦାସ ହତ୍ୟାକାଣ୍ଡରେ ଡାଏରି ଥିଓରୀ ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି ।" ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 9, 2023, 10:40 PM IST

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଆଜି ପୁଣି ଥରେ ନୂଆ ଥିଓରୀ ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଜୟ । ପ୍ରେସମିଟ କରି ଜୟ କହିଛନ୍ତି, ‘‘ତଦନ୍ତ ବେଳେ ଗୋପାଳ ଦାସ ଠାରୁ ଏକ ଡାଏରି ମିଳିଥିଲା ବୋଲି ପୋଲିସ କହିଥିଲା । ନବ ଦାସ ହତ୍ୟାକାଣ୍ଡରେ ଡାଏରି ଥିଓରୀ ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ ଦାସ ଚରିତ୍ର ଗୋପାଳର ରାଗ ଉପରେ ଲେଖାଇଦେବେ। ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ହତ୍ୟାକାଣ୍ଡରେ ବଡ଼ ଷଡ଼ଯନ୍ତ୍ର ରହିଛି ।’’

ଆଇନଶୃଙ୍ଖଳା ନେଇ ଆମେ ଯେଉଁ ପ୍ରସଙ୍ଗ ଉଠାଇ ଥିଲୁ ତାହାର ନିର୍ଯ୍ଯାସ ବହାରି ନାହିଁ । ସରକାର ଗୋପାଳକୁ ପାଗଳ କରିବାକୁ ଚାହୁଁଥିଲେ । କୋର୍ଟ ଏବଂ ଡାକ୍ତର ଟିମ କହିଦେଲେ ସେ ପାଗଳ ନୁହେଁ । ତେବେ ପୁଣି କ୍ରାଇମବ୍ରାଞ୍ଚ କାହିଁକି ବାଙ୍ଗାଲୋର ନେବାକୁ ଚାହୁଁଛନ୍ତି ଗୋପାଳକୁ। ସୂଚନାଯୋଗ୍ୟ ଯେ, ଆଜିକୁ ୪୦ ଦିନ ବିତିଯାଇଥିଲେ ମଧ୍ଯ ପୋଲିସ ହାତବାନ୍ଧି ବସିଛି। ଖୁଲାସା ହୋଇପାରୁନାହିଁ ନବ ଘଟଣା।

ପ୍ରେସମିଟ କରି ଜୟ କହିଛନ୍ତି, ‘‘ତଦନ୍ତ ବେଳେ ଗୋପାଳ ଦାସ ଠାରୁ ଏକ ଡାଏରି ମିଳିଥିଲା ବୋଲି ପୋଲିସ କହିଥିଲା । ନବ ଦାସ ହତ୍ୟାକାଣ୍ଡରେ ଡାଏରି ଥିଓରୀ ସନ୍ଧେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ ଦାସ ଚରିତ୍ର ଗୋପାଳର ରାଗ ଉପରେ ଲେଖାଇଦେବେ। ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ହତ୍ୟାକାଣ୍ଡରେ ବଡ଼ ଷଡ଼ଯନ୍ତ୍ର ରହିଛି ।’’

ଅନ୍ୟପଟେ ଆସନ୍ତାକାଲି ଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ବିଧାନସଭା ଆରମ୍ଭ ହେଉଥିବାରୁ ପୁଣି ଥରେ ଗୃହ ସରଗରମ ହେବ । ବିରୋଧୀ ଦଳ ନେତା ଜୟ ଏହାକୁ ନେଇ ପୁଣି ଥରେ ବିଧାନସଭାରେ ଆକ୍ରମଣ କରିବେ ବୋଲି ସଂକେତ ଦେଇ ସାରିଛନ୍ତି । ଯାହାକୁ ନେଇ ବିଧାନସଭା ପୁଣି ଥରେ ଅଚଳ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details