ଓଡିଶା

odisha

ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ

By

Published : Jul 7, 2023, 9:10 AM IST

ଅତିଥି ବେଶରେ ଆସି ବିବାହ ଉପହାର ନେଇ ଚମ୍ପଟ ମାରିଲେ ଲୁଟେରା । ଭୋଜି ଖାଇବା ବାହାନାରେ ଉପହାର ବ୍ଯାଗ ନେଇ ଫେରାର। ସିସିଟିଭିରେ କଏଦ ହେଲା ଭିଡିଓ। ଅଧିକ ପଢନ୍ତୁ

lootera theft gift bags from the wedding
lootera theft gift bags from the wedding

lootera theft gift bags from the wedding

ଭୁବନେଶ୍ବର: ମଣ୍ଡପରେ ବିବାହର ଆୟୋଜନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାହିଁକିନା ଏହି ମଉକାର ସୁଯୋଗ ନେଇ ଚଉକା ମାରୁଛନ୍ତି ଲୁଟେରା । ଆପଣଙ୍କ ଅତିଥି ନହୋଇ ମଧ୍ୟ ବିବାହରେ ସାମିଲ ହେବେ ଓ ମଉକା ଦେଖିଲେ କଳାକନା ବୁଲାଇ ଚାଲିଯିବେ । ଭୁବନେଶ୍ବରୁ ସାମ୍ନାକୁ ଆସିଛି ଏପରି ଘଟଣା। ଏକ ବିବାହରେ ଅତିଥି ଭାବରେ ଯୋଗ ଦେଇ ଭୋଜି ଖାଇବା ଆଳରେ ଉପହାର ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା । ଯାହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଛି । ଭୋଜିଭାତ ସାଙ୍ଗକୁ ନାଚଗୀତରେ ସମସ୍ତେ ମସଗୁଲ ଥିବା ବେଳେ ଏହି ସମୟରେ ଲୁଟ କରିଥିଲା ଲୁଟେରା । ଏନେଇ ଝିଅଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Loot from Wedding Venue: ବରଯାତ୍ରୀ ବେଶରେ ଆସିଲେ, ଲୁଟି ନେଲେ ବନ୍ଦାଣ ଗହଣା

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା କୁଳନ୍ତିରା ଶାସନ ଗାଁର ଅଖିଳ ରଞ୍ଜନ ମହାନ୍ତିଙ୍କ ଝିଅ ବାହାଘର ଗତକାଲି (ଗୁରୁବାର) ଭୁବନେଶ୍ୱର ଏକ ମଣ୍ତପରେ ଅନୁଷ୍ଠିତ ହୋଇଥିଲା । ଝିଅ ବାହାଘରରେ ବନ୍ଧୁ ବାନ୍ଧବ, ସାଙ୍ଗସାଥି ସାମିଲ ହୋଇଥିଲେ । ଆସିଥିବା ଅତିଥି ଉପହାର ମଧ୍ୟ ଦେଇଥିଲେ । ଆଉ ଉପହାର ତକ ଝିଅ ପକ୍ଷ ଏକ ବ୍ଯାଗରେ ରଖି ଦେଇଥିଲେ । କିନ୍ତୁ ଏହା ଉପରେ କଳା ନଜର ପକାଇଥିଲେ ଜଣେ ଲୁଟେରା । ଅତିଥି ରୂପରେ ବିବାହରେ ସାମିଲ ହୋଇ ଭୋଜି ଖାଇବା ଆଳରେ ଆସିଥିଲେ, କିନ୍ତୁ ନଜର ତାଙ୍କର ରହିଥିଲା ଉପହାର ବ୍ୟାଗ ଉପରେ ।

ବିଳମ୍ବିତ ରାତିରେ ଝିଅ ବେଦୀକୁ ଯିବା ସମୟରେ ଅତି ସର୍ତକତା ଭାବରେ ଲକ୍ଷାଧିକ ଟଙ୍କାର ଉପହାର ବ୍ଯାଗକୁ ନେଇ ଫେରାର ମାରିଥିଲା ଲୁଟେରା । ଯାହା ପରେ ଜାଣିବାକୁ ପାଇଥିଲେ କନ୍ୟାପକ୍ଷ । ମଣ୍ତପରେ ଲାଗିଥିବା ସିସିଟିଭିରୁ ଦେଖିବା ପରେ ଝିଅ ପରିବାର ପକ୍ଷରୁ ବରଗଡ଼ ଥାନାରେ ଏତଲା ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ-ଲୁଟ୍‌ ଯୋଜନା ପଣ୍ଡ କଲା ପୋଲିସ, ୧୦ ଡକାୟତ ଗିରଫ

ତେବେ ଏହା ପ୍ରଥମ ଘଟଣା ନୁହଁ ଏହା ପୂର୍ବରୁ ଏମିତି ନେକ ଘଟଣା ସାମ୍ନାକୁ ଆସିଛି । ଗତବର୍ଷ ଜାନୁଆରୀ ମାସରେ ସହିଦନଗର ଥାନା ଅଞ୍ଚଳରୁ ଏପରି ଢଙ୍ଗରେ ଲୁଟ କରିଥିଲେ ଲୁଟେରା । କେଶୁରାରେ ଥିବା ପଲ୍ଲବୀ ମଣ୍ଡପରେ ଏକ ବିବାହର ଆୟୋଜନ କରାଯାଇଥିଲା । ବର ପକ୍ଷରୁ ବରଯାତ୍ରୀ ବେଶରେ ଜଣେ ଯୁବକ ଆସି ବନ୍ଦାଣ ଗହଣା ଲୁଟ୍‌ କରି ଫେରାର ହୋଇଯାଇଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details