ଭୁୁବନେଶ୍ୱର:ପାର୍ବଣରେ ରାଜଧାନୀରେ ମାତିଲେ ଚୋର । ଘରର ସ୍କାଏଲେଟ ଭାଙ୍ଗି ଲୁଟିଲେ ବହୁ ଦାମୀ ସାମଗ୍ରୀ । ଚନ୍ଦ୍ରଶେଖର ପୁର ଥାନା ନୀଳାଦ୍ରି ବିହାରରୁ ଏକ ଘରୁ ସ୍କାଏଲେଟ କଳାକନା ବୁଲାଇଲେ ଚୋର । କମିଶନରେଟ ପୋଲିସ ପାର୍ବଣ ପୂର୍ବରୁ ରାଜଧାନୀବାସୀଙ୍କ ସୁରକ୍ଷା ଦବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ସହରରେ ବାମ୍ବାର ଚୋରି ,ଡକାୟତି ଇତ୍ୟାଦି ବଢି ଚାଲିଛି । ଯାହାକୁ ନେଇ ସାଧାରଣରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂୂଚନାଯୋଗ୍ୟ ଚନ୍ଦ୍ରଶେଖର ପୁର ଥାନା ନୀଳାଦ୍ରି ବିହାରରେ ଘଟିଛି ଏଭଳି ଚୋରି ଘଟଣା । ସେକ୍ଟର ୫ରେ ଥିବା ପ୍ଲଟ ନମ୍ବର 454ରେ ଥିବା ପ୍ରସନ୍ନ ସେନାପତିଙ୍କ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଆଲମିରା ଭାଙ୍ଗି ସେଥିରେ ଥିବା ଟଙ୍କା ଓ ମୁଲ୍ୟବାନ ଜିନିଷ ନେଇ ଛୁ ମାରିଛନ୍ତି ଚୋର । ପ୍ରସନ୍ନଙ୍କ ପରିବାର ପୂଜା ବୁଲିବା ବାହାରକୁ ଯାଇଥିବା ବେଳେ ଘରେ କେହିନଥିବାର ସୁଯୋଗ ନେଇ ଘରର ସ୍କାଏଲେଟ ଭାଙ୍ଗି ଲୁଟିଥିଲେ ଦୁର୍ବୃତ୍ତ । ପରେ ପରିବାର ଲୋକେ ଘରକୁ ଫେରି ଜାଣିବାକୁ ପାଇଥିଲେ । ଏହା ପରେ ପରିବାର ଲୋକେ ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ପାର୍ବଣରେ ପୂର୍ବରୁ ପୋଲିସ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା କରିଥିବା ବେଳେ କିନ୍ତୁ ରାଜଧାନୀରେ ଏହି ଭଳି ବାରମ୍ବାର ଚୋରି,ଡକାୟତି ଘଟଣା ଘଟୁଛି । ଯାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରବାସୀଙ୍କୁ ସୁରକ୍ଷା ଦବା ପାଇଁ ପାର୍ବଣରେ ପୂର୍ବରୁ ହାର୍ଡକୋର କ୍ରିମିନାଲ ତଥା ପେସାଗତ ଅପରାଧିମାନଙ୍କୁ ଗିରଫ କରିଥିଲେ ମଧ୍ୟ ଦୁର୍ବୃତ୍ତ ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି ।