ଖୋର୍ଦ୍ଧା: ସମବାୟ ସମିତି ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି । ଗତ ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ ସେବା ସମବାୟ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସୋରଣ ସେବା ସମବାୟ ସମିତି ବ୍ୟାଙ୍କରୁ କେହି ଜଣେ ଦୁର୍ବୃତ୍ତ ଗେଟ୍ ତାଲା ଓ ସ୍କାଏଲାଇଟ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲା । ଏହାପରେ ଦୁର୍ବୃତ୍ତ ଜଣଙ୍କ ବ୍ୟାଙ୍କ ଭିତରେ ଥିବା ଗଡ଼ରେଜ ଲକର ଭାଙ୍ଗି ୪୦ ହଜାର ୧୧୦ ଟଙ୍କା ସହ ସମିତି ବ୍ୟାଙ୍କର ଅତ୍ୟାବଶ୍ୟକ କାଗଜ ପତ୍ର ଲୁଟି ନେଇଛି ବୋଲି ଅଭିଯୋଗ କରିଛନ୍ତି ସେବା ସମବାୟ ସମିତିର ସମ୍ପାଦକ ।