ଖୋର୍ଦ୍ଧା: ନକଲି ବ୍ୟାଙ୍କ ଚେକ ଦେଇ ଟଙ୍କା ହଡପ । ଅଭିନବ ଉପାୟରେ ଲୁଟର ନୂଆ ଫର୍ମୂଲା । ନକଲି ଚେକ ଦେଇ ଅସଲି ଟଙ୍କା ଲୁଟ୍ କରିଛି ଲୁଟେରା।
ଫନି ଘର ଭଙ୍ଗା ବାବଦରେ ତୁମର ଆସିଛି ୩ଲକ୍ଷ ୨୦ହଜାର । ମୋତେ ଟଙ୍କା ଦିଅ ମୁଁ ତୁମକୁ ଚେକ୍ ଦେବି ତୁମେ ବ୍ୟାଙ୍କରୁ ଟଙ୍କା ଉଠାଇବ। ଏଭଳି ଅଭିନଵ ଉପାୟରେ ଲୁଟ୍ କରିଛନ୍ତି ଲୁଟେରା। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀବ୍ଲକ ଡିଆ ଗ୍ରାମପଞ୍ଚାୟତ କପିଳେଶ୍ବରପୁର ଗ୍ରାମରେ।
ଅକ୍ଟୋବର ୨୦ ତାରିଖ ଦିନ କପିଳେଶ୍ବରପୁର ଗ୍ରାମର ସଞ୍ଜୁ ସାହୁଙ୍କ ଘରେ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଜଣେ ଯୁବକ ପହଞ୍ଚିଥିଲେ । ଯୁବକ ଜଣଙ୍କ ସଞ୍ଜୁଙ୍କୁ କହିଥିଲେ ଯେ, ଫନି ଘର ଭଙ୍ଗା ବାବଦରେ ତୁମର ୩ ଲକ୍ଷ୨୦ ହଜାର ଟଙ୍କା ଆସିଛି । ତୁମକୁ ଚେକ୍ ଦେବି ତୁମେ ଟଙ୍କା ଉଠେଇବ । ତେବେ ପ୍ରତିବଦଳରେ ସେ 24 ହଜାର ଟଙ୍କା ଦାବି କରିଥିଲେ।