ଖୋର୍ଦ୍ଧା:ଦିନକୁ ଦିନ ବଢିବାରେ ଲାଗିଛି ଛିନତାଇ ଓ ଲୁଟ ପରି ଘଟଣା । ଲୁଟେରାମାନେ ଚକମା ଦେଇ ପ୍ରଦିଦିନ କରୁଛନ୍ତି ଲୁଟ । ଖୋର୍ଦ୍ଧା ହଲଦୀପଦା ଗାଁରୁ ବାହାରୁ କବାଟ ଦେଇ ଲୁଟ କରିଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା, ବାହାର ପଟୁ କବାଟ ଦେଇ କଲେ ଲୁଟ - khordha news
ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ବାହାରୁ ପଟୁ କବାଟ ଦେଇ ଘରୁ ଲୁଟିଲେ ସୁନା ଗହଣା ଓ ଟଙ୍କା । ପୋଲିସ ତଦନ୍ତ ଜାରି । ଅଧିକ ପଢନ୍ତୁ....

ମାତିଛନ୍ତି ଲୁଟେରା ,ବାହାର ପଟୁ କବାଟ ଦେଇ କଲେ ଲୁଟ
ମାତିଛନ୍ତି ଲୁଟେରା ,ବାହାର ପଟୁ କବାଟ ଦେଇ କଲେ ଲୁଟ
ସୂଚନା ଅନୁସାରେ, ଗାଁର ବିରଞ୍ଚି ନାରାୟଣ ରାଉତରାୟଙ୍କ ଘରେ ବିଳମ୍ବିତ ରାତିରେ ଗ୍ରୀଲର ତାଲା ଭାଙ୍ଗି ଘରେ ପସିଥିଲେ ଲୁଟେରା । ଆଉ ଘରର କବାଟ ବାହାର ପଟୁ ବନ୍ଦ କରି ଲୁଟ କରିଥିଲେ ସୁନାଗହଣା ଓ ଟଙ୍କା । ଝିଅ ବାହାଘର ପାଇଁ ରଖିଥିବା ସୁନା ଅଳଙ୍କାର ସମେତ ନଗଦ 25,000 ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ