ନିଆଳି:ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଲୁଟିଲେ ଦୁର୍ବୁତ୍ତ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ନିକଟସ୍ଥ ଭୁବନପୁର ଗ୍ରାମରେ ଥିବା ଉତରାୟଣୀ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନାରୁ ମାତ୍ର ଶହେ ମିଟର ଦୂରରେ ଥିବା ଉତରାୟଣୀ ମନ୍ଦିର ଦାନ ବାକ୍ସ ଭାଙ୍ଗି ଚୋରି ।
ଅନ୍ୟପଟେ ମନ୍ଦିରରେ ଲାଗିଥିବା ପାଣି ମଟରକୁ ନେବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି ଦୁର୍ବୁତ୍ତ । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।