ଖୋର୍ଦ୍ଧା: ବଳରାମ ଦେବଙ୍କ ମନ୍ଦିରରୁ ଚୋରି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମ ମନ୍ଦିରରେ । ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ପ୍ରଭୁ ବଳରାମ ଦେବଙ୍କର କୀରିଟ, ଆଖି, ତ୍ରିଶୁଳ, ଘଣ୍ଟି ଓ ଅନ୍ୟାନ୍ୟ ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି ।
ମନ୍ଦିରର ପୂଜକ ପ୍ରଥମେ ପୂଜା କରିବା ପାଇଁ ଆସି ଦେଖିଲାବେଳକୁ ମନ୍ଦିରର ତାଲା ଭଙ୍ଗା ଯାଇଥିଲା । ତେବେ ଗତକାଲି ରାତିରେ ବର୍ଷା ହେଉଥିବାରୁ ଏହାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଏପରି କାଣ୍ଡ କରିଥିବା କୁହାଯାଉଛି ।