ଓଡିଶା

odisha

By

Published : Aug 3, 2023, 6:20 PM IST

ETV Bharat / state

Delhi Services Bill: ସଂସଦରେ NDA କୁ କାହିଁକି ସମର୍ଥନ କଲା BJD?

ବିଜେଡି ପକ୍ଷରୁ ସଂସଦୀୟ ନେତା ପିନାକୀ ମିଶ୍ର ବିତର୍କରେ ଭାଗନେଇଛନ୍ତି । ପିନାକୀ ମିଶ୍ର କହିଛନ୍ତି ଯେ ବିଜେଡି ସବୁବେଳେ ବିତର୍କର ରାଜନୀତି କରେ । ସଂସଦ ହେଉ ଅବା ରାଜ୍ୟ ବିଧାନସଭା, ସବୁଠି ବିଜେଡି ସୌହାର୍ଦ୍ଦ୍ୟ ଆଲୋଚନା ଚାହେଁ । ଅଧିକ ପଢନ୍ତୁ

ସଂସଦରେ NDA କୁ କାହିଁକି ସମର୍ଥନ କଲା BJD?
ସଂସଦରେ NDA କୁ କାହିଁକି ସମର୍ଥନ କଲା BJD?

ସଂସଦରେ NDA କୁ କାହିଁକି ସମର୍ଥନ କଲା BJD?

ନୂଆଦିଲ୍ଲୀ: ବହୁ ବାଦ ବିଦାବ ତର୍କ ବିତର୍କ ମଧ୍ୟରେ ଆଜି ଲୋକସଭାରେ ଦିଲ୍ଲୀ ପ୍ରଶାସନିକ ସେବା ଅଧ୍ୟାଦେଶ ବିଲ 2023 ଉପରେ ବିତର୍କ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହ ପ୍ରାରମ୍ଭିକ ଭାଷଣ ଦେବା ପରେ ବିଲକୁ ନେଇ ସଂସଦରେ ଚାଲିଛି ବିତର୍କ । ବିତର୍କରେ ବିଜେଡି କହିଛି ଆମେ ବିଲକୁ ସାମ୍ବିଧାନିକ ଦୃଷ୍ଟିରୁ ସମର୍ଥନ ଦେଇଛୁ ।

ବିଜେଡି ପକ୍ଷରୁ ସଂସଦୀୟ ନେତା ପିନାକୀ ମିଶ୍ର ବିତର୍କରେ ଭାଗନେଇଛନ୍ତି । ସାଂସଦ ପିନାକୀ ମିଶ୍ର କହିଛନ୍ତି, ‘‘ବିଜେଡି ସବୁବେଳେ ବିତର୍କର ରାଜନୀତି କରେ । ସଂସଦ ହେଉ ଅବା ରାଜ୍ୟ ବିଧାନସଭା, ସବୁଠି ବିଜେଡି ସୌହାର୍ଦ୍ଦ୍ୟ ଆଲୋଚନା ଚାହେଁ । ସଂସଦର ପଦ ମର୍ଯ୍ୟଦାକୁ ବିଜେଡି ସବୁବେଳେ ଗୁରୁତ୍ବ ଦେଇ ଆସିଛି । ବିଜେଡି ମୁଖ୍ୟ ତଥା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସଂସଦର ପଦ ମର୍ଯ୍ୟାଦା ବଜାୟ ରଖି ଆଲୋଚନା କରିବାକୁ ପରାମର୍ଶ ଦେଇଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି ସବୁବେଳେ ସଂଦରେ ସୁସ୍ଥବାତାବରଣରେ ଆଲୋଚନା କରେ ।’’

ପ୍ରସଙ୍ଗକୁ ଆସି ପିନାକୀ କହିଛନ୍ତି ବିଲକୁ କାହିଁକି ସମର୍ଥନ ଦେଲା ବିଜେଡି? ବିଜେଡି ସବୁବେଳେ ବିଜେପି କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିଆସିଛି । ବିଜେଡି କୌଣସି ମେଣ୍ଟରେ ନାହିଁ । ଓଡିଶାରେ ବିଜେଡି ବିଜେପି ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ଆମର ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଛି । ତଥାପି ସଂସଦର ଶକ୍ତିକୁ ସମର୍ଥନ ଦେବାକୁ ଯାଇ ବିଜେଡି ଏହି ବିଲକୁ ସମର୍ଥନ କରିଛି । ବିଲକୁ ସାମ୍ବିଧାନିକ ଦୃଷ୍ଟିରୁ ସମର୍ଥନ ଦେଇଛୁ । କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ପିନାକୀ କହିଛନ୍ତି କଂଗ୍ରେସ ଦଳ ଓଡିଶାରେ ମୂଳପୋଛ ହେବା ସ୍ଥିତିରେ ରହିଛି । କଂଗ୍ରେସର ଭୋଟ ପ୍ରତିଶତ 5କୁ ଖସି ଆସିଲାଣି । ଏହା ହେଉଛି ଓଡିଶା କଂଗ୍ରେସ ବାସ୍ତବ ସ୍ଥିତି ।

ଏହାବି ପଢନ୍ତୁ- ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ସେହିପରି ପିନାକୀ କହିଛନ୍ତି ସମ୍ବିଧାନର ଧାରା 239(AA) ଅନୁସାରେ ଦିଲ୍ଲୀ ପାଇଁ ଆଇନ ପ୍ରସ୍ତୁତି କରିବାର ଅଧିକାର ସଂସଦକୁ ଅଛି । ଗତକାଲି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ବିଜେଡିକୁ ଆକ୍ଷେପ କରି ଦେଇଥିବା ମନ୍ତବ୍ୟର ଜବାବ ମଧ୍ୟ ଦେଇଛନ୍ତି ପିନାକୀ । ଏହାସହ ସମ୍ବିଧାନ ସଂସଦର ଅଧିକାର ସୁପ୍ରିମକୋର୍ଟଙ୍କ ରାୟକୁ ଅନୁଧ୍ୟାନ କରି ନବୀନ ପଟ୍ଟନାୟକ ଏହି ବିଲକୁ ସମର୍ଥନ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିପାରିବେ କିମ୍ବା ଆଇନ ପ୍ରସ୍ତୁତ କରିପାରିବେ । ଯଦି ଅଧ୍ୟାଦେଶ ଆସିଛି ବିଲ ତ ଆସିବ ନିଶ୍ଚିତ । ଆଇନ ପ୍ରସ୍ତୁତ କରିବା ସଂସଦର ଅଧିକାର । ସଂସଦର ଶକ୍ତି ଓ କ୍ଷମତା । ତାହାକୁ ଶକ୍ତି ଦେବା ପାଇଁ ବିଜେଡି ଏହି ବିଲକୁ ସମର୍ଥନ କରୁଛି ବୋଲି କହିଛନ୍ତି ସାଂସଦ ପିନାକୀ ।

ABOUT THE AUTHOR

...view details