ଖୋର୍ଦ୍ଧା: କୋରୋନା କବଳିତ ବିଶ୍ବ । ଏହି ମହାମାରୀ ଦ୍ବାରା ଅନେକ ପ୍ରଭାବିତ ହୋଇଥିବା ବେଳେ ଲୋକମାନେ ସେମାନଙ୍କ ବେଉଷା ହରାଇବାକୁ ବସିଛନ୍ତି । ସେହିପରି ବିଭିନ୍ନ ମନ୍ଦିରର ପୂଜକଙ୍କ ଉପରେ କରୋନା ପ୍ରଭାବ ପଡିଥିବାର ଦେଖିବାକୁ ମିଳିଛି ।
ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଶୈବପୀଠ ବାଘମାରୀର ଏକାଦଶ ରୁଦ୍ର ହଟନାଥ ହଟକେଶ୍ବରଙ୍କ ପୂଜକମାନେ ଏବେ ହତାଶ ହୋଇ ବସିଛନ୍ତି । କୋରୋନା ପାଇଁ ମନ୍ଦିରକୁ ଭକ୍ତ ଆସୁ ନଥିବାରୁ ମନ୍ଦିର ସେବାରେ ସମ୍ପୃକ୍ତ ଥିବା 108 ଜଣ ପୂଜକ ହାତ ବାନ୍ଧି ବସିଛନ୍ତି ।