ଓଡିଶା

odisha

ETV Bharat / state

ହସ୍ପିଟାଲରେ ତାଲା - ତାଲା

ହସ୍ପିଟାଲରେ ପଡିଛି ତାଲା । କେଉଁଠି ଉଈ ହୁଙ୍କା ହେଲାଣି ତ ଆଉ କେଉଁଠି ମଦୁଆ ରାତି ହେଲେ ଆଶର ମେଲାଉଛନ୍ତି । ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Feb 1, 2019, 1:56 PM IST

ଖୋର୍ଦ୍ଧା: ହସ୍ପିଟାଲରେ ପଡିଛି ତାଲା । କେଉଁଠି ଉଈ ହୁଙ୍କା ହେଲାଣି ତ ଆଉ କେଉଁଠି ମଦୁଆ ରାତି ହେଲେ ଆଶର ମେଲାଉଛନ୍ତି । ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହାର ପ୍ରମୁଖ କାରଣ ହେଲା ପଶୁ ଚିକିତ୍ସା କେନ୍ଦ୍ରକୁ ଡାକ୍ତର କି ସହାୟକ ଆସୁନାହାନ୍ତି ।

ହସ୍ପିଟାଲରେ ତାଲା । ଭୂତକୋଠି ପାଲଟିଛି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ର । ହସ୍ପିଟାଲର କେଉଁ ସ୍ଥାନ ଉଈ ହୁଙ୍କା ହେଲାଣି ତ ଆଉ କେଉଁଠି ମଦୁଆଙ୍କ ଆଡାସ୍ଥଳୀ ପାଲଟିଲାଣି । ପଶୁ ସହାୟକ କି ଡାକ୍ତର କେହି ଆସୁନଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ପାଖରେ ଥାଇ ମଧ୍ୟ ଦୂରରେ ଥିବା ଖୋର୍ଦ୍ଧା ମୁଖ୍ୟ ପଶୁଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବେଗୁନିଆ ବ୍ଲକରେ ମୋଟ ଦୁଇଟି ପଶୁ ଚିକିତ୍ସା କେନ୍ଦ୍ର ଥିବାବେଳେ , ସିକୋ ପଶୁ ଚିକିତ୍ସା କେନ୍ଦ୍ରକୁ ପଶୁ ଡାକ୍ତର ଆସୁନଥିବା ଅଭିଯୋଗ ହୋଇଛି । ବ୍ଲକରେ ମୋଟ 10ଟି ଉପକେନ୍ଦ୍ର ବିଭିନ୍ନ ପଞ୍ଚାୟତରେ ଥିବାବେଳେ କର୍ମଚାରୀଙ୍କ ସଂଖ୍ୟା ମାତ୍ର 4 ଜଣ । ସେମାନଙ୍କ ମଧ୍ୟରୁ ଅନେକ ସମୟରେ ଆସୁନଥିବା ଜଣାପଡିଛି । ଫଳରେ ଜଣେ ମାତ୍ର ପଶୁ ଚିକିତ୍ସକ ସମ୍ପୁର୍ଣ୍ଣ ବ୍ଲକରେ ଚିକିତ୍ସା ଯୋଗାଇବା ସମ୍ଭବ ହେଉନଥିବା କହିଛନ୍ତି ବେଗୁନିଆ ପଶୁ ଚିକିତ୍ସା ଅଧିକାରୀ ।

ପଶୁଙ୍କର ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , ହେଲେ ଆବଶ୍ୟକ କର୍ମଚାରୀ ଡାକ୍ତର ଅଭାବ ଥିବାରୁ ଚିକିତ୍ସାରେ ବାଧା ଉପୁଜୁଛି । ତୁରନ୍ତ ସରକାର ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details