ଓଡିଶା

odisha

ETV Bharat / state

PHC ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବି, ନଚେତ୍‌ ଆନ୍ଦୋଳନ ଚେତାବନୀ - ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ଅବହେଳା

ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ଅବହେଳା ଆଭିଯୋଗ । ପିଏଚସି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ପରିଣତ କରିବା ଦାବିରେ କଲେ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ଅବହେଳା ଆଭିଯୋଗ
ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ଅବହେଳା ଆଭିଯୋଗ

By

Published : May 21, 2023, 7:51 AM IST

ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ଅବହେଳା ଆଭିଯୋଗ

ଖୋର୍ଦ୍ଧା: ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସୁଛି । ସ୍ବାସ୍ଥ୍ୟସେବା ଉନ୍ନତି କରିବା ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି । ହେଲେ ସରକାରଙ୍କ ସମସ୍ତ ଯୋଜନା ସଠିକ୍ ରୂପେ କାର୍ଯ୍ୟକାରୀ ହୋଇପାରୁନାହିଁ । ବ୍ରିଟିଶ ଅମଳର ସ୍ବାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ଅବହେଳା । ବେଗୁନିଆ ସଦର ମହକୁମା ପିଏଚସି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ପରିଣତ କରିବା ଦାବିରେ ଆଞ୍ଚଳିକ ସ୍ଵାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ଆହ୍ବାନ । ସରକାରୀ ମାନ୍ୟତା ପାଇଁ ଏକ ସମ୍ମିଳନୀ ଅୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ବେଗୁନିଆ ଏବଂ ନିକଟ ଗ୍ରାମମାନଙ୍କରୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ୧୯୧୭ ମସିହାରୁ ସ୍ଥାପିତ ବେଗୁନିଆ ଡାକ୍ତରଖାନା ଏପର୍ଯ୍ୟନ୍ତ ପିଏଚସିରୁ ସିଏଚସିରେ ପରିଣତ କରିବା ପାଇଁ ଦାବି କରିଥିଲେ ।

ସରକାରଙ୍କ ଅବହେଳା କାରଣରୁ ଏହି ଡାକ୍ତରଖାନା ପଙ୍ଗୁ ଅବସ୍ଥାରେ ପଡିରହି ବେଗୁନିଆ ଅଞ୍ଚଳବାସୀଙ୍କ ଅଭିଯୋଗ କରିଛନ୍ତି । ପିଏଚସି ସ୍ଵାସ୍ଥ୍ୟସେବା ପ୍ରତି ଉପହାସ କରୁଛି । ସେଥିନେଇ ସମସ୍ତ ସଦସ୍ୟ କ୍ଷୋଭ ପ୍ରକାଶ କରିଥିଲେ । ବେଗୁନିଆ ଅଞ୍ଚଳ ଦିନକୁ ଦିନ ଜନବହୁଳ ହେବାରେ ଲାଗିଛି । ସେହିପରି ୫୭ନଂ ଜାତୀୟ ରାଜପଥର ଆକସ୍ମିକ ଦୁର୍ଘଟଣା ସହିତ ଆଜିକାଲିର ବ୍ୟସ୍ତବହୁଳ ଜୀବନଯାପନ ପଛରେ ନାନା ପ୍ରକାର ରୋଗବ୍ୟାଧି ହେଉଛି । ଆବାଳ ବୃଦ୍ଧବନିତା ତଥା ଗର୍ଭବତୀ ମା’ମାନଙ୍କୁ ବ୍ୟଥିତ କରୁଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି ।

ସ୍ଵାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ଯୁଗ୍ମ ଆବାହକ ଦେବାଶିଷ ସାହୁ କହିଛନ୍ତି, ‘‘ବେଗୁନିଆ ଏକମାତ୍ର ଡାକ୍ତରଖାନାକୁ ଆଜି ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ନଦେବା ଅବହେଳାର ଚରମ ନିଦର୍ଶନ । ଅଞ୍ଚଳର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ବିଗତ ଦିନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଅଞ୍ଚଳବାସୀ ପ୍ରୟାସ କରୁଛନ୍ତି । ବିଗତ ଦିନରେ ରାସ୍ତାରୋକ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ପ୍ରତିବାଦ କରାଯାଇଛି । ସେହିପରି ୨୦୧୫-୧୬ରେ ବିଧାନସଭାର ଗୃହ କମିଟିରେ ତତ୍କାଳୀନ ବିରୋଧ ଦଳ ନେତା, ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତାହା ଆଜିଯାଏଁ ହୋଇପାରିନି ।’’

ସ୍ଵାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ସଭାପତି ଲାଲା ଦିଲୀପ କୁମାର ରାୟ କହିଛନ୍ତି, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୁପାରିଶରେ ୨୦୧୬ ମସିହାରେ ସ୍ୱାସ୍ଥ୍ୟ ବିଭାଗର କମିଶନର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର(ସିଏଚସି)ରେ ପରିଣତ କରିବା ପ୍ରତିଶ୍ରୁତି ଦେଇଥିଲେ । ଯାହା ପୂରଣ ହୋଇନାହିଁ । ତେବେ ସରକାର ଯଦି ତୁରନ୍ତ ଆମ ଦାବି ପୂରଣ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ । ନଚେତ୍ ଏହାର ପ୍ରତିବାଦରେ ଆସନ୍ତା ସୋମବାର ଠାରୁ ମେଡ଼ିକାଲ ସମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶାଳ ଗଣଧରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details