ଖୋର୍ଦ୍ଧା: ଭିଟାମାଟି ବଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ବାସିନ୍ଦା । ଜଟଣୀ ନିର୍ବାଚନ ମଣ୍ଡଳୀ ଚନ୍ଦକା ଅନ୍ତର୍ଗତ ବାରମାଣ ହରିଜନ ଆଦିବାସୀ ସାହିରେ ଦୀର୍ଘ ୪୦ ବର୍ଷ ଧରି ଦୁଇଶହରୁ ଊର୍ଦ୍ଧ୍ବ ପରିବାର ବସବାସ କରିଆସୁଥିବା ବେଳେ ସମସ୍ତେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରିଥାନ୍ତି । କିନ୍ତୁ ଗତ ୧୯ ତାରିଖରେ ( ଶୁକ୍ରବାର) ଭୁବନେଶ୍ବର ତହସିଲର ପ୍ରଶାସନିକ ଅଧିକାରୀମାନେ ଆସି ସେଠାରେ ଉଚ୍ଛେଦ ପାଇଁ ପ୍ରସ୍ତୁତି କରିଥିଲେ ।
ଭିଟାମାଟି ବଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ବାସିନ୍ଦା - ଜଟଣୀ ନିର୍ବାଚନ ମଣ୍ଡଳୀର ବାରମାଣ ହରିଜନ ଆଦିବାସୀ ସାହି
ଭିଟାମାଟି ବଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ଜଟଣୀ ନିର୍ବାଚନ ମଣ୍ଡଳୀର ବାରମାଣ ହରିଜନ ଆଦିବାସୀ ସାହିରେ ଦୀର୍ଘ ୪୦ ବର୍ଷ ଧରି ବାସ କରୁଥିବା 200ରୁ ଊର୍ଦ୍ଧ୍ବ ପରିବାର । ଅଧିକ ପଢନ୍ତୁ...

ଭିଟାମାଟି ବଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ବାସିନ୍ଦା
ଭିଟାମାଟି ବଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ବାସିନ୍ଦା
ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବାରୁ ପ୍ରଶାସନିକ ଅଧିକାରୀମାନେ ସାତ ଦିନର ମହଲତ ଦେଇ ଚାଲିଯାଇଥିଲେ । ସେପଟେ ଏହାକୁ ବିରୋଧ କରି ଆଜି ଶତାଧିକ ସ୍ଥାନୀୟ ବାସିନ୍ଦା ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଏବଂ ଜିଲ୍ଲାପାଳ ମଧ୍ୟ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ