ଓଡିଶା

odisha

ETV Bharat / state

ଶୁଣିଲାଣି ପ୍ରଶାସନ, ରାଜ୍ୟ ରାଜପଥକୁ ମରାମତି କଲେ ଯୁବଗୋଷ୍ଠୀ

ଗତ 14 ତାରିଖରେ ‘ମରଣଯନ୍ତା ପାଲଟିିଛି କଣ୍ଟିଲୋ ନୀଳମାଧବ ରାସ୍ତା’ ଶୀର୍ଷକ ଖବର ପରିବେଷଣ କରିଥିଲୁ । ତେବେ ଏ ନେଇ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସ୍ଥାନୀୟ ଯୁବକମାନେ ମିଶି ଏହାକୁ ମରାମତି କରିଛନ୍ତି । ଅଧିକ ପଢନ୍ତୁ..

By

Published : Sep 19, 2020, 7:36 PM IST

ଶୁଣିଲାଣି ପ୍ରଶାସନ , ରାଜ୍ୟ ରାଜପଥକୁ ମରାମତି କଲେ ଯୁବଗୋଷ୍ଠୀ
ଶୁଣିଲାଣି ପ୍ରଶାସନ , ରାଜ୍ୟ ରାଜପଥକୁ ମରାମତି କଲେ ଯୁବଗୋଷ୍ଠୀ

ଖୋର୍ଦ୍ଧା: ଗୁହାରୀ ଶୁଣିଲାନି ପ୍ରଶାସନ । ଶେଷରେ ଏକଜୁଟ ହୋଇ ରାଜ୍ୟ ରାଜପଥ ରାସ୍ତା ତିଆରି କଲେ ସ୍ଥାନୀୟ ଯୁବକ । ବାଘମାରିରୁ ପର୍ଯ୍ୟଟନ ସ୍ଥଳୀ କଣ୍ଟିଲୋ ନୀଳମାଧବଙ୍କ ନିକଟକୁ ଯାଇଥିବା 48ନଂ ରାଜ୍ୟ ରାଜପଥକୁ ମରାମତି କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ । ଯାହାକି ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି ।

ଶୁଣିଲାଣି ପ୍ରଶାସନ , ରାଜ୍ୟ ରାଜପଥକୁ ମରାମତି କଲେ ଯୁବଗୋଷ୍ଠୀ

ପ୍ରକାଶ କି, ଆମେ ଗତ 14 ତାରିଖରେ ‘ମରଣଯନ୍ତା ପାଲଟିିଛି କଣ୍ଟିଲୋ ନୀଳମାଧବ ରାସ୍ତା’ ଶୀର୍ଷକ ଖବର ପରିବେଷଣ କରିଥିଲୁ । ତେବେ ଏ ନେଇ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସ୍ଥାନୀୟ ଯୁବକମାନେ ମିଶି ଏହାକୁ ମରାମତି କରିଛନ୍ତି ।

ଦୀର୍ଘଦିନ ହେବ ଏହି ରାଜ୍ୟ ରାଜପଥ ମରାମତି ନହେବାରୁ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଥିଲା । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଗାଡି ମଟର ଚଳାଚଳ କରୁଥିବାବେଳେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ମଧ୍ୟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ନିଜ ପ୍ରୟାସରେ ରାସ୍ତା ତିଆରି ପାଇଁ ଅଣ୍ଟା ଭିଡିଛନ୍ତି । ଏମାନଙ୍କ ଏଭଳି ନିଆରା ଉଦ୍ୟମକୁ ପ୍ରଶଂସା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details