ଖୋର୍ଦ୍ଧା: ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ଆମ୍ବୁଲାନ୍ସର ଚାହିଦା ବଢିଛି । ଆମ୍ବୁଲାନ୍ସରେ ରୋଗୀ ଓ ଅକ୍ସିଜେନ ବୋହୁଛି ସାରା ଦେଶ । ଏହି ସମୟରେ ଆମ୍ବୁଲାନ୍ସକୁ କେହି ବି ରାସ୍ତାରେ ଅଟକାଇଲେ ତାହା ଅପରାଧ ଭାବେ ଗଣାଯାଉଛି । ଯାହାର ଫାଇଦା ଉଠାଇଛନ୍ତି ଚୋର ମଦ ବ୍ୟବସାୟୀ । ଆମ୍ବୁଲାନ୍ସ ଯୋଗେ ଦେଶୀ ମଦ ଚାଲାଣ କରାଯାଉଛି । ଖୋର୍ଦ୍ଧା ହଳଦିଆ ହାଟ ଛକ ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଜଣେ ଗିରଫ ହୋଇଛି ।
ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ, ଜଣେ ଗିରଫ - wine smuggling in ambulance
ଆମ୍ବୁଲାନ୍ସ ଯୋଗେ ହେଉଥିଲା ଦେଶୀ ମଦ ଚୋରା ଚାଲାଣ । ଖୋର୍ଦ୍ଧା ହଳଦିଆ ହାଟ ଛକ ନିକଟରୁ ଆମ୍ବୁଲାନ୍ସକୁ ଜବତ କଲା ପୋଲିସ । ଅଧିକ ପଢନ୍ତୁ...
ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ, ଜଣେ ଗିରଫ
ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ, ଜଣେ ଗିରଫ
ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଥାନା ପୋଲିସ ହଳଦିଆ ହାଟଛକ ଠାରେ ଆମ୍ବୁଲାନ୍ସକୁ ଅଟକାଇଥିଲେ । ଯାଞ୍ଚ ବେଳେ ଜଣା ପଡିଲା ଆମ୍ବୁଲାନ୍ସ ଭିତରେ ପ୍ରାୟ ୧୫୦ ଲିଟର ଦେଶି ମଦ ଚାଲାଣ ହେଉଥିଲା। ପୋଲିସ ମଦ ବୋଝେଇ ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ତଦନ୍ତ ସମୟରେ ଜଣାପଡ଼ିଛି ଯେ ଆମ୍ବୁଲାନ୍ସଟି ଆଠଗଡ଼ ମେଡିକାଲରେ କାର୍ଯ୍ୟ କରୁଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ