ଓଡିଶା

odisha

ETV Bharat / state

ସରିପାରୁନି ସମ୍ପ୍ରସାରଣ କାମ, ରାସ୍ତା ଅବରୋଧ କଲେ ସ୍ଥାନୀୟ ବ୍ୟବସାୟୀ

ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟର ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : Feb 28, 2021, 2:34 PM IST

ସରିପାରୁନି ସମ୍ପ୍ରସାରଣ କାମ, ରାସ୍ତା ଅବରୋଧ କଲେ ସ୍ଥାନୀୟ ବ୍ୟବସାୟୀ
ସରିପାରୁନି ସମ୍ପ୍ରସାରଣ କାମ, ରାସ୍ତା ଅବରୋଧ କଲେ ସ୍ଥାନୀୟ ବ୍ୟବସାୟୀ

ଖୋର୍ଦ୍ଧା: ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟର ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି(ରବିବାର) ରାଜସୁନାଖଳାର ସମସ୍ତ ବଣିକ ସଂଘ ଏବଂ ଅଞ୍ଚଳବାସୀ ଖୋର୍ଦ୍ଧା-ବଲାଙ୍ଗୀର 57 ତ୍ରିନାଥ ବଜାର ଠାରେ ରାସ୍ତା ଅବରୋଧ କରିଛନ୍ତି ।

ସରିପାରୁନି ସମ୍ପ୍ରସାରଣ କାମ, ରାସ୍ତା ଅବରୋଧ କଲେ ସ୍ଥାନୀୟ ବ୍ୟବସାୟୀ

ସୂଚନା ମୁତାବକ, ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି କାର୍ଯ୍ୟ ଚାଲୁଛି । ମାତ୍ର 2 କିମି ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତା କାର୍ଯ୍ୟକୁ ଶେଷ କରିବାପାଇଁ ବାରମ୍ବାର ବଜାର କମିଟି ତରଫରୁ ଅଭିଯୋଗ ହେଉଛି । ମାସ ମାସ ଧରି କାମକୁ ସମ୍ପୂର୍ଣ୍ଣ କରାଯାଉନି ଏବଂ ରାସ୍ତାରେ ପାଣି ମଧ୍ୟ ଛିଞ୍ଚା ଯାଉନି । ଏହି କାରଣରୁ ବଜାର ମଧ୍ୟରେ ଚାଲିବା କଷ୍ଟକର ହେଉଛି l

ଘରୋଇ ଠିକା ସଂସ୍ଥାର ମନମାନି କାରଣରୁ ଦୀର୍ଘଦିନ ହେବ ବଜାର କମିଟିର ବ୍ୟବସାୟୀ ମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ତେଣୁ ବଜାର କମିଟି ତରଫରୁ ରାସ୍ତା ଅବରୋଧ କରାଯାଇଛି l

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details