ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲୁଛି । ଯାହାକୁ ନେଇ ଏବେ ସାଧାରଣ ଲୋକେ ଆତଙ୍କିତ । ଏଭଳି ପରିସ୍ଥିତିରେ ପ୍ରଶାସନ ଜାରି କରୁଥିବା ସମସ୍ତ ଲକଡାଉନ କଟକଣା ଓ ଗାଇଡ ଲାଇନକୁ ମାନୁଥିବା ଦେଖିବାକୁ ମିଳୁଛି ।
ଖୋର୍ଦ୍ଧା ଉପକଣ୍ଠରେ 16 ଘଣ୍ଟିଆ ଲକଡାଉନ ନିୟମ କଡାକଡି ଲାଗୁ ହେବା ପରେ ସାଧାରଣ ଲୋକେ ସଚେତନ ହୋଇଛନ୍ତି । ଯାହାଫଳରେ ଖୋର୍ଦ୍ଧା ଦୈନଦିନ ପରିବା ବଜରରେ ଆଗଭଳି ଗ୍ରାହକଙ୍କ ଭିଡ ଜମୁ ନଥିବା ବେଳେ ବଜାରକୁ ଆସୁଥିବା ଗ୍ରାହକମାନେ ସାମାଜିକ ଦୂରତା ନିୟମ ମାନିବା ସହ ମାସ୍କ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି ।