ଖୋର୍ଦ୍ଧା: ପୁଣି ଅଲୋଡା ହେଲା ଶିଶୁକନ୍ୟା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅସରଳା ପଞ୍ଚାୟତର କାଳିଗିରି ନଈରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି ।
ନଦୀରୁ ନବଜାତକର ମୃତଦେହ ଉଦ୍ଧାର କଲେ ଚାଷୀ - Khordha news
ପୁଣି ଅଲୋଡା ହେଲା ଶିଶୁକନ୍ୟା । ନଈରେ ଏକ ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଚାଷୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅସରଳା ପଞ୍ଚାୟତର କାଳିଗିରି ନଈରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...
ଅଲୋଡା ଶିଶୁକନ୍ୟା, ନଈରୁ କଅଁଳ ଶିଶୁକୁ ଉଦ୍ଧାର କଲେ ସ୍ଥାନୀୟ ଚାଷୀ
ଅଲୋଡା ଶିଶୁକନ୍ୟା, ନଈରୁ କଅଁଳ ଶିଶୁକୁ ଉଦ୍ଧାର କଲେ ସ୍ଥାନୀୟ ଚାଷୀ
ସୂଚନା ଅନୁଯାୟୀ, ଅସରଳା ଗ୍ରାମର ଚାଷୀମାନେ ଜମିକୁ ଚାଷ କରିବା ଉଦ୍ଦେଶ୍ୟରେ ନଈ ପାର ହୋଇ ଯାଉଥିବା ବେଳେ ଏକ ଶିଶୁକନ୍ୟାର ମୃତଦେହ ନଈକୂଳରେ ପଡିଥିବାର ଦେଖିଥିଲେ । ଏହାପରେ ଶିଶୁକୁ ଉଦ୍ଧାର କରି ସେ ଜଣେ କନ୍ୟା ଓ ତାର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ । ତେବେ ଶିଶୁଟି କାହାର ଏବଂ କିଏ କାହିଁକି ନଈରେ ଭସାଇ ଚାଲିଯାଇଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ