ଖୋର୍ଦ୍ଧା : ସମସ୍ୟା ଘେରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ରୋଗୀଙ୍କ ପାଇଁ ଦୁଇଟି ଅଲ୍ଟ୍ରାସାଉଣ୍ଡ ସାଉଣ୍ଡ ମେସିନ ରହିଛି । ହେଲେ ଡାକ୍ତର ନଥିବାରୁ ମେଡିକାଲକୁ ଆସୁଥିବା ପ୍ରସୁତିମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାଧ୍ୟହୋଇ ଘରୋଇ ଅଲ୍ଟ୍ରାସାଉଣ୍ଡ କ୍ଲିନିକକୁ ଯାଉ ଖର୍ଚ୍ଚାନ୍ତ ହେଉଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା, ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକେ
ସମସ୍ୟା ଘେରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକେ
ସେହିପରି ମେଡିକାଲ ପରିସରରେ ଶୌଚାଳୟ ନଥିବା କାରଣରୁ ରୋଗୀଙ୍କ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଆଜି (ବୁଧବାର) ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ତୁରନ୍ତ ମୁଖ୍ୟ ଚିକିତ୍ସାଳୟରେ ଥିବା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ