ଖୋର୍ଦ୍ଧା: ଲକଡାଉନ୍ ସମୟରେ ଗ୍ରାମାଞ୍ଚଳରେ ବଢି ଚାଲିଛି ଦେଶୀ ମଦ କାରବାର । ଏଥିରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଏସପିଙ୍କ ନେତୃତ୍ବରେ ବେଗୁନିଆ ପୋଲସ ଏବଂ ଅବକାରୀ ବିଭାଗର ଏକ ଟିମ ବେଗୁନିଆ ଥାନା ସାନପଦର ପଞ୍ଚାୟତ ରାସୋଳ ଗ୍ରାମରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ୧୫୦ ଲିଟର ଦେଶୀ ମଦ ସହ ପ୍ୟାକିଂ ମେସିନ୍, ଜେନେରେଟର, ଏକ କାର ଓ ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ପୋଲିସ ।
ବେଗୁନିଆରେ ଅବକାରୀ ବିଭାଗର ଚଢାଉ, ମଦ ଜବତ ସହ ମହିଳା ଗିରଫ - ବେଗୁନିଆରେ ଅବକାରୀ ବିଭାଗ
ଖୋର୍ଦ୍ଧା ଏସପିଙ୍କ ନେତୃତ୍ବରେ ସାନପଦର ପଞ୍ଚାୟତ ରାସୋଳ ଗ୍ରାମରେ ବେଗୁନିଆ ପୋଲସ ଏବଂ ଅବକାରୀ ବିଭାଗର ମିଳିତ ଟିମ୍ର ଚଢାଉ । ୧୫୦ ଲିଟର ଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ । ଜଣେ ମିହିଳା ଗିରଫ । ଅଧିକ ପଢନ୍ତୁ...
ବେଗୁନିଆରେ ଅବକାରୀ ବିଭାଗର ଚଢାଉ, ମଦ ସହ ଜବତ ସହ ମହିଳା ଗିରଫ
ଅନ୍ୟପକ୍ଷେ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳା ଜଣକ ରାସୋଳ ଗ୍ରାମର ମିନତି ପାଇକରାୟ ବୋଲି ଜଣାପଡିଛି । ଲକଡାଉନର ସୁଯୋଗ ନେଇ ଏବେ ରାଜ୍ୟରେ ଦେଶୀ ମଦ କାରବାର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ