ଭୁବନେଶ୍ବର:ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ନନ୍ଦନକାନନର(Nandankanan Zoological Park) ସିଂହୀ ବିଜଲି ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା’ର ତୃତୀୟ ଗର୍ଭରୁ 5ଟି ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି(Lioness Bijli gives birth to Five cubs at Nandankanan Zoo)।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଆଣିଛି ବିଜଲି । ପ୍ରଥମ ଶାବକଟି ମଙ୍ଗଳବାର ଅପରାହ୍ନ 2ଟା30 ମିନିଟରେ, ଦ୍ବିତୀୟ ଶାବକଟି 4ଟା 16ମିନିଟ, ତୃତୀୟ ଶାବକ ସନ୍ଧ୍ୟା 5ଟା 35 ମିନିଟ, ଚତୁର୍ଥ ଶାବକଟି ରାତି 7ଟା 21 ମିନିଟରେ ଓ ପଞ୍ଚମ ସାବକକୁ ରାତି 10 ଟା ଜନ୍ମ ହୋଇଛି ବିଜଲି । ତେବେ ବିଜଲି ସୁସ୍ଥ ରହିଥିବା ବେଳେ ସମସ୍ତ ନବଜାତ ଛୁଆର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜନ୍ମିତ ଶାବକମାନଙ୍କର ଲିଙ୍ଗ ନିରୂପଣ ହୋଇପାରିନାହିଁ ।
ଏହା ମଧ୍ୟ ପଢନ୍ତୁ: ସମ୍ବଲପୁରରେ ଫୁଟିଲା କାଶ୍ମୀରୀ କେଶର ଫୁଲ, ପୁଣି ଚର୍ଚ୍ଚାରେ ଯୁବ ବୈଜ୍ଞାନିକ ଦିବ୍ୟରାଜ