ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ପୁଣି ବିବାଦ (Lingaraj temple rituals halted) । ନୂଆ ବର୍ଷ ଆରମ୍ଭରୁ ବିବାଦ ଉପୁଜିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି (ରବିବାର)ଠାରୁ ଲଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି । ମଲିଆ ସେବାୟତ ଭୋଗ ଛୁଇଁବା ପରେ ଏହି ଭୋଗକୁ ଭକ୍ତଙ୍କୁ ବିକ୍ରି ହେଉଥିବାକୁ ନେଇ ବିବାଦ ଉପୁଜିଥିବା ଜଣାପଡ଼ିଛି । ନୀତିକାନ୍ତି ସ୍ବାଭାବିକ କରିବା ଲାଗି ମନ୍ଦିର ପ୍ରଶାସନ ଦାବି କରିଥିବା ବେଳେ ବ୍ରାହ୍ମଣ ନିଯୋଗ ଉଚ୍ଚସ୍ତରୀୟ ବୈଠକ ପାଇଁ ଦାବି କରିଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ୧୦ଟା ସମୟରେ ଭୋଗ ସମୟରେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଥିବାରୁ ଭୋଗ ମାରା ହୋଇଥିଲା । ଆଉ ଏହାକୁ ଘୋର ବିରୋଧ କରିଥିଲେ ବଡୁ ନିଯୋଗ । କିନ୍ତୁ ସବୁବେଳେ ମାରା ଭୋଗକୁ ମହାସୁଆର ସେବାୟତମାନେ ନେଇ ଭକ୍ତଙ୍କୁ ବିକ୍ରି କରିଥିଲେ । ଯାହା ଭକ୍ତଙ୍କୁ କଷ୍ଟ ଦେଇଛି । ଏହାକୁ ନେଇ ଆଜି ଏକ ବୈଠକ ବସିଥିଲା । କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ବୈଠକରେ ଯୋଗ ଦେଉନଥିଲେ ମହାସୁଆର ସେବାୟତ ବା ବ୍ରାହ୍ମଣ ନିଯୋଗ ।