ଓଡିଶା

odisha

ETV Bharat / state

ବଜ୍ରପାତରେ ବୃଦ୍ଧ ମୃତ - Khordha news

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରେ ବିଲରେ ଚରୁଥିବା ଗାଈଙ୍କୁ ଘରକୁ ଆଣିବା ପାଇଁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ ବୃଦ୍ଧ ମୃତ ।

lightning-strikes-a-man-death-in-khordha-district
ବଜ୍ରପାତରେ ବୃଦ୍ଧ ମୃତ

By

Published : Mar 29, 2020, 7:33 PM IST

Updated : Mar 29, 2020, 11:16 PM IST

ଖୋର୍ଦ୍ଧା: ବଜ୍ରପାତରେ ଜଣେ ମୃତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳରେ ନିଜ ଗାଈଗୋରୁ ଚରାଉଥିବା ସମୟରେ ବଜ୍ରାଘାତ ହୋଇ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି ।

ବଜ୍ରପାତରେ ବୃଦ୍ଧ ମୃତ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନପଦର ପଞ୍ଚାୟତ ରାସୋଳ ଗ୍ରାମର ହରି ପରିଡାଙ୍କ ପୁଅ କୁମର ପରିଡା(୫୩)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । କୁମର ଆଜି ପୂର୍ବାହ୍ନରେ ବିଲରେ ଚରୁଥିବା ଗାଈଙ୍କୁ ଘରକୁ ଆଣିବା ପାଇଁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁ ରାଜସୁନାଖଳା ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 29, 2020, 11:16 PM IST

ABOUT THE AUTHOR

...view details