ଖୋର୍ଦ୍ଧା : ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ଦୁଇ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡ଼ମଣଭୁହିଁ ଗ୍ରାମରେ ।
ତଳି ରୋଇବାବେଳେ ବଜ୍ରପାତ, ଦୁଇ ଚାଷୀ ମୃତ
ତଳି ରୋଇବାବେଳେ ପୁରିଲା କାଳ, ବଜ୍ରପାତ ଘଟି ଦୁଇ ଚାଷୀ ମୃତ । ଅଧିକ ପଢନ୍ତୁ...
ଖୋର୍ଦ୍ଧା
ଆଜି ଅପରାହ୍ନରେ ଗ୍ରାମର ବଇଁଶୀ ଦଳେଇ ଏବଂ ପ୍ରଦୀପ ଭୋଳ ନାମକ ଦୁଇ ଜଣ ଚାଷୀ ବିଲରେ ଧାନ ତଳି ରୋଉଥିବାବେଳେ ବଜ୍ରପାତ ଘଟି ଦୁଇ ଜଣ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଉଭୟଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ