ଖୋର୍ଦ୍ଧା:ସତରେ ମୃତ୍ୟୁ କେତେବେଳେ ଓ କେଉଁ ସମୟରେ ଆସିବ ତାହା କହିବା ଅତ୍ୟନ୍ତ କଷ୍ଟକର । ଏଠାରେସବୁଦିନ ପରି ବାପପୁଅ ଡଙ୍ଗା ଧରି ମାଛ ମାରିବାକୁ ଚିଲିକା ମଝିକୁ ଯାଇଥିଲେ । ହେଲେ ସେମାନେ ଜାଣିନଥିଲେ ଯେ ଏହାପରେ ଆଉ କେବେ କୂଳକୁ ଫେରିବେ ନାହିଁ । ଚିଲିକା ମଝିରେ ଜଗି ବସିଥିଲା ଯମ । ବିଳମ୍ବିତ ରାତ୍ରିରେ ମାଛ ମାରିବା ସମୟରେ ଚିଲିକା ମଝିରେ ହୋଇଥିଲା ବଜ୍ରପାତ । ଏହି ବଜ୍ରାଘାତରେ ଏକାବେଳେ ଚାଲିଗଲା ବାପ ପୁଅଙ୍କ ଜୀବନ । ତେବେ ଆଜି ସକାଳୁ ବାପପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସେପଟେ ଘରେ ଜନ୍ମ ନେଇଥିବା କୁନି ଅତିଥିର ମୁହଁ ଦେଖି ପାରିନାହାନ୍ତି ବାପ ପୁଅ ।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବାଲୁଗାଁ ସନ୍ୟାସୀ ନଗରର ବାପ ପୁଅ ଚିଲିକାକୁ ମାଛ ମାରିବାକୁ ଯାଇଥିଲେ । ବିଳମ୍ବିତ ରାତି ସମୟରେ ଚିଲିକା ଭିତରେ ହେଲା ବଜ୍ରାଘାତ । ଯାହା ଏମାନଙ୍କ ପାଇଁ କାଳ ସାଜିଲା । ବଜ୍ରାଘାତରେ ଉଭୟ ବାପ ପୁଅଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବାଲୁଗାଁ ସନ୍ୟାସୀ ନଗରର ବାପା ବିଧାନ ବିଶ୍ବାସ ଓ ପୁଅ ଉତ୍ତମ ବିଶ୍ବାସ ଚିଲିକା ଭିତରେ ଥିବା କଳିଯୁଗେଶ୍ଵର ଓ ରାହାଣବେଲି ମଝିରେ ଡଙ୍ଗାରେ ଥିବାବେଳେ ହଠାତ ବର୍ଷା ପବନ ଆସିଲା ଆଉ ବଜ୍ରାଘାତ ହୋଇଥିଲା ବୋଲି ଜଣାପଡ଼ିଛି ।
ଏହା ବି ପଢନ୍ତୁ- କାଠ ଆଣିବାକୁ ଯାଇଥିଲେ ଜଗିଥିଲା ଯମ, ଅନୁଗୋଳରେ ବଜ୍ରପାତ ନେଲା 2 ଜୀବନ