ଓଡିଶା

odisha

ETV Bharat / state

Dhauli Golden Jubilee: ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା ପାଇଁ ନବୀନଙ୍କ ଆହ୍ବାନ - ଧଉଳି ଶାନ୍ତିସ୍ତୁପକୁ ପୂରିଛି ୫୦ବର୍ଷ

ଧଉଳି ଶାନ୍ତିସ୍ତୁପକୁ ପୂରିଛି ୫୦ବର୍ଷ । ଶାନ୍ତିସ୍ତୁପ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ଦେଶ ବିଦେଶରୁ ୧୦୦ରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ତଥା ମୁଖ୍ୟମନ୍ତ୍ରୀ ନବୀନ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ବିଶ୍ବ ନିର୍ମାଣ ପାଇଁ ସମାଜକୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

Dhauli Golden Jubilee: ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା ପାଇଁ ନବୀନଙ୍କ ଆହ୍ବାନ
Dhauli Golden Jubilee: ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା ପାଇଁ ନବୀନଙ୍କ ଆହ୍ବାନ

By

Published : Oct 28, 2022, 5:29 PM IST

ଭୁବନେଶ୍ବର:ଧଉଳି ଶାନ୍ତିସ୍ତୁପକୁ ପୂରିଛି ୫୦ବର୍ଷ । ରାଜଧାନୀର ବିଶ୍ବପ୍ରସିଦ୍ଧ ଐତିହାସିକ ସ୍ଥଳୀ ଧଉଳି ଶାନ୍ତିସ୍ତୁପକୁ ଆଜି ପୂରିଛି ୫୦ ବର୍ଷ (50th anniversary of Dhauli Peace Pagoda) । ଏହି ଅବସରରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀ ଧଉଳି ପରିସରରେ ଯଜ୍ଞ ସହ ମନ୍ତ୍ରପାଠ କରିଛନ୍ତି । ଏଠାରେ ଶାନ୍ତିର ବାତାବରଣ ଖେଳି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି (Chief guest CM Naveen Patnaik) । ଆଗାମୀ ପୀଢି ପାଇଁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ବିଶ୍ବ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ଗୁରୁତ୍ବାରୋପ କରିବା ସହ ସମାଜକୁ ଆହ୍ବାନ ଦେଇଛନ୍ତି ।

ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ:-

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, " ଶାନ୍ତି ଓ ସୁରକ୍ଷିତ ବିଶ୍ବର ନିର୍ମାଣ ଦିଗରେ ସମାଜକୁ ବାର୍ତ୍ତା ଦେବା ଲାଗି ଆସନ୍ତୁ ମିଳିମିଶି କାମ କରିବା । ଏହାଦ୍ବାରା ଆମର ଆଗାମୀ ପୀଢି ଶାନ୍ତିପୂର୍ଣ୍ଣ ବିଶ୍ବରେ ବସବାସ କରିବେ । " ଧଉଳିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି । ଧଉଳି ଅହିଂସା, ଶାନ୍ତି ଓ ମାନବତାବାଦର ବିଜୟର ଏକ ବଡ଼ ପ୍ରତୀକ । ବିଶ୍ବରେ ଶାନ୍ତିର ବିକଳ୍ପ ନାହିଁ । ତେଣୁ ଆସନ୍ତୁ ଆମେ ହାତ ମିଳାଇ ଏକ ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ନବୀନ

ଧଉଳି ସହ ଜଡ଼ିତ ଇତିହାସକୁ ସ୍ମରଣ କଲେ ନବୀନ:-

ଧଉଳି ଶାନ୍ତିସ୍ତୁପ ସହିତ ଜଡ଼ିତ ଓଡ଼ିଶାର ଐତିହାସିକ କିମ୍ବଦନ୍ତୀକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଧଉଳି ଓ କଳିଙ୍ଗ ଯୁଦ୍ଧରୁ ଓଡ଼ିଶା ଇତିହାସର ପୃଷ୍ଠା ଆରମ୍ଭ ହୋଇଛି । ଯଦିଓ ଏଠାରେ ଯୁଦ୍ଧ ବ୍ୟାପକ ରକ୍ତପାତ ସହିତ ସମାପ୍ତ ହୋଇଥିଲା ତଥାପି ଧଉଳି ସମଗ୍ର ମାନବିକତାର ନୈତିକ ବିଜୟ ଗାନ ଜାରି ରଖିଛି । ଏଠାରେ ହିଁ ରାଜା ଅଶୋକ ଯୁଦ୍ଧର ଅସାରତାକୁ ଅନୁଭବ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ରାଜା ଅଶୋକ ଏଠାରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇଥିଲେ । ଧଉଳି ବିଶ୍ବ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇ ବିଶ୍ବ ଇତିହାସର ଗତି ବଦଳାଇ ଦେଇଥିବା କହିଛନ୍ତି ନବୀନ । ଆଜିର ଏହି ସୁବର୍ଣ୍ଣ ଜୟନ୍ତୀ ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ ଆଣିଦେଇଛି । ଏହା ସହ କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯୋଡ଼ିଛି ନୂଆ ଅଧ୍ୟାୟ । ଯାହା ବିଶ୍ବ ଶାନ୍ତିର ବାର୍ତ୍ତା ଦେଇଛି । ଏଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ ବୋଲି କହିଛନ୍ତି ନବୀନ ।

ଶାନ୍ତିସ୍ତୁପର ୫୦ବର୍ଷ ପୂର୍ତ୍ତିରେ ବୌଦ୍ଧ ସମ୍ମିଳନୀ

୧୦୦ରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ସାମିଲ:-

ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୧୦୦ରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇଛନ୍ତି । ଏଥିରେ ଜାପାାନ, ଆମେରିକା, ୟୁକ୍ରେନ, କାଜାଖସ୍ତାନରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀ ସାମିଲ ହୋଇ ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହୋଇଛନ୍ତି । ଧଉଳିରେ ଏହି ବୌଦ୍ଧ ଧର୍ମାବଲମ୍ବୀ ପହଞ୍ଚିବା ବେଳେ ସେମାନଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ସ୍ବାଗତ କରାଯାଇଥିଲା । ବୌଦ୍ଧ ଧର୍ମର ସମସ୍ଥ ସାଧୁସନ୍ଥ ଏକ ସ୍ବରରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଶାନ୍ତିମନ୍ତ୍ର ଗାନ କରିଥିଲେ ।

ଧଉଳି ସୌନ୍ଦର୍ଯକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:-

ରାଜ୍ୟର ଏହି ଐତିହାସିକ ସ୍ଥଳୀକୁ ୫୦ ବର୍ଷ ପୂରଣ କରିବା ପରେ ରାଜ୍ୟ ସରକାର ଏହାର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ବସନ୍ତପୁର ଦୟା ନଦୀ ଉପରେ ଏକ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ନିର୍ମାଣ କରିବା ଲାଗି ୯୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଧଉଳି ହେଉଛି ଆଧୁନିକ ସ୍ଥାପତ୍ୟର ବଡ଼ କୀର୍ତ୍ତିରାଜି ହୋଇଥିବା ବେଳେ ଏହି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଆଯାଇଥିବା ବେଳେ ଏହାକୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ୨କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଗୁରୁଜୀ ଫୁଜୀଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ଏଥିପାଇଁ ୧ କୋଟି ଓ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଧଉଳିରେ ହୋଇଥିବା ଲିଫ୍ଟ ବ୍ୟବସ୍ଥା ସବୁଦିନ ରହିବ । ଖୁବଶୀଘ୍ର ଏଠାରେ ଭେଣ୍ଡିଂ ଜୋନ ବ୍ୟବସ୍ଥା ହେବ । ଧଉଳିର ପାଦ ଦେଶରୁ ଏକ ରୋପ ୱେ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ ଦେଇସାରିଛନ୍ତି । ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ଏହି ଅବସରରେ ବିଶ୍ବର କୋଣ ଅନୁକୋଣରୁ ଆସିଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ଅଶ୍ବିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି କେ ପାଣ୍ଡିଆନ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ବର ମେୟର ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details