ଓଡିଶା

odisha

ETV Bharat / state

ଏକାଠି ହେଲେ ଶତାଧିକ କୁଷ୍ଠ ରୋଗୀ, ଅବହେଳା ଅଭିଯୋଗରେ ଆନ୍ଦୋଳନ - ଆନ୍ଦୋଳନକୁ ଓହ୍ଲାଇଲେ କୁଷ୍ଠ ରୋଗୀ

ରାଜ୍ୟ ସରକାର କୁଷ୍ଠ ରୋଗୀଙ୍କ ପ୍ରତି ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି । 10 ଦଫା ଦାବି ନେଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଧିକ ପଢନ୍ତୁ

leprosy patients protest
ଶତାଧିକ କୁଷ୍ଠ ରୋଗୀଙ୍କ ଆନ୍ଦୋଳନ

By ETV Bharat Odisha Team

Published : Sep 4, 2023, 5:38 PM IST

ଶତାଧିକ କୁଷ୍ଠ ରୋଗୀଙ୍କ ଆନ୍ଦୋଳନ

ଭୁବନେଶ୍ବର:ଅବହେଳା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଲେ କୁଷ୍ଠ ରୋଗୀ। 10 ଦଫା ଦାବି ନେଇ ସେମାନେ ଆନ୍ଦୋଳନ କରୁଥିବା ଜଣାପଡିଛି। ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ସରକାର କୁଷ୍ଠ ରୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ସରକାରଙ୍କ ଦ୍ବାରା ୮୬ କୁଷ୍ଠ କଲୋନୀ, ୧୪ଟି କୁଷ୍ଠ ଚିକିତ୍ସାଳୟ, ୪ଟି କୁଷ୍ଠାଶ୍ରମ ଏବଂ ଜାତୀୟ ସ୍ତରୀୟ ହିନ୍ଦ୍ କୁଷ୍ଠ ନିରାକରଣ ସଂଘକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି କୁଷ୍ଠ ରୋଗୀ ।

ବିଗତ ଦୁଇ ଦଶନ୍ଧି ଧରି କୃଷ୍ଠ ନିବାରଣ ଆଳରେ ବ୍ୟାପକ ଦୁର୍ନୀତି, ଜାଲିଆତି, ମିଥ୍ୟା ରିପୋର୍ଟ, ପାଣ୍ଠିର ବ୍ୟାପକ ଅପବ୍ୟବହାର ଯୋଗୁଁ କୁଷ୍ଠ ପୀଡ଼ିତ ଅନେକ ଅସୁବିଧାରେ ପଡ଼ିଛନ୍ତି। ୧୧ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଉପଯୁକ୍ତ ଚିକିତ୍ସା ଓ ସାମାଜିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏପଟେ ରାଜ୍ୟରେ କୃଷ୍ଠ ରୋଗୀ ରୋଗ ମୁକ୍ତ ହୋଇଥିବା ଦାବି କରି ଆସୁଛନ୍ତି ରାଜ୍ୟ ସରକାର। ତେବେ ଏନେଇ ଶତାଧିକ କୁଷ୍ଠ ରୋଗୀ ନିଜର ଦାବି ନେଇ ବିକ୍ଷୋଭ କରିଛନ୍ତି।

ଏପଟେ କୁଷ୍ଠରୋଗୀଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବରୁ ଅଚଳ ହୋଇପଡିଛି ଚିକିତ୍ସାଳୟ। ଏଣୁ କୁଷ୍ଠରୋଗୀଙ୍କ ଗୋଡ଼ରେ ଘା’ କ୍ୟାନ୍ସରର ରୂପ ନେବାକୁ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ବାହାର ରାଜ୍ୟରେ ସେମାନଙ୍କ ଗୋଡ଼ କଟାଯାଉଛି। କୁଷ୍ଠରୋଗୀଙ୍କ ସେବା କେବଳ କାଗଜ ପତ୍ରରେ ଚାଲିଥିବା ନେଇ ଅଭିଯୋଗ ହୋଇଛି।

ତେବେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ କୁଷ୍ଠ ପୀଡ଼ିତ ଓ ସେମାନଙ୍କର ପରିବାର ବର୍ଗଙ୍କୁ ଉପଯୁକ୍ତ ଉନ୍ନତମାନର ଚିକିତ୍ସା ଓ ଥଇଥାନ ଦେବା ସହିତ ସାମାଜିକ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି । ପ୍ରତ୍ୟେକ କୁଷ୍ଠ କଲୋନୀ ଅନ୍ତେବାସୀମାନଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ, ବସୁନ୍ଧରା ଓ ଜାଗା ମିଶନ ଜରିଆରେ ସହାୟତା ଯୋଗାଇବା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ପରିବାରକୁ ୩୫ କେଜି ଚାଉଳ ପ୍ରଦାନ ଆଦି ଦାବି ହୋଇଛି। ଏହାସହ ରାଜ୍ୟରେ ଖାଲିଥିବା ୩୫୯ ଏବଂ ଭାରତ ସରକାରଙ୍କ ଦ୍ଵାରା ମଞ୍ଜୁରପ୍ରାପ୍ତ ୧୮୪ କୁଷ୍ଠ କର୍ମୀ ପଦବୀ ପୂରଣ ପାଇଁ ମଧ୍ୟ ଦାବି ଜୋର ଧରିଛି।

ଏହା ବି ପଢନ୍ତୁ...କୁଷ୍ଠ ରୋଗୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

"ସେହିପରି କୁଷ୍ଠ ପୀଡ଼ିତଙ୍କ ଚଳିବା ପାଇଁ ମାସିକ ସହାୟତା ରାଶି ୫୦୦୦ ଟଙ୍କା ପ୍ରଦାନ କରାଯାଇ ଭିକ୍ଷା ବୃତ୍ତି ବନ୍ଦ କରାଯାଉ । ଝିଅ ବାହାଘର ପାଇଁ ସମସ୍ତ ଖର୍ଚ୍ଚ ସହାୟତା ରାଶି ୫ ଲକ୍ଷକୁ ବୃଦ୍ଧି କରାଯାଉ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ କୁଷ୍ଠ ପୀଡ଼ିତଙ୍କୁ ୪୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର, ଆରଏଫଟି ଓ ପେନ୍‌ସନ୍‌ ଘରେ ପହଞ୍ଚାଇ ଦିଆଯାଉ । ଏହାସହ ମାଗଣା ଶିକ୍ଷା, ନିଯୁକ୍ତି, ଆତ୍ମନିଯୁକ୍ତି, ଟ୍ରେନିଂ, ବିନା ସୁଧରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା କରାଯାଉ" ଦାବି କରିଛନ୍ତି କୁଷ୍ଠ ରୋଗୀ ସଂଘ ଅଧ୍ୟକ୍ଷା ଆରତୀ ମହାଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details