ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆଧୁନିକ ଲାଇବ୍ରେରୀ ଢାଞ୍ଚାରେ ଲର୍ଣ୍ଣିଂ ରିସୋର୍ସ ସେଣ୍ଟର ବା ଶିକ୍ଷା ସାଧନ କେନ୍ଦ୍ର ସ୍ଥାପନ କରାଯାଇଛି । ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସୁବିଧା ପାଇଁ ଶୁକ୍ରବାର ଏହାର ଲୋକାର୍ପଣ ହୋଇଛି । ସିଙ୍ଗାପୁର ଆଇଟିଇଇଏସର ସିଇଓ ବ୍ରୁସ୍ ପୋହଙ୍କ ଉପସ୍ଥିତିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହାର ଉଦଘାଟନ କରିଥିଲେ । ଏହି ଅବସରରେ ଶିକ୍ଷା ସାଧନ କେନ୍ଦ୍ରର ଏକ ୱେବସାଇଟ୍ ମଧ୍ୟ ଉଦଘାଟନ କରାଯାଇଥିଲା ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ଅଳକା ମିଶ୍ର କହିଛନ୍ତି, "ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଶିକ୍ଷା ସାଧନ କେନ୍ଦ୍ର କରାଯାଇଛି । ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସର ଆହୁରି ବ୍ୟାପକ ହେବାରେ ସହାୟକ ହୋଇପାରିବ । ସେମାନେ ଦେଶ ବିଦେଶରେ ବ୍ୟବହାର କରାଯାଉଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିପାରିବେ ।"
ଏହାମଧ୍ୟ ପଢନ୍ତୁ:National Handloom Summit: ଜାନୁଆରୀ 4ରୁ ବରଗଡରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ