ଓଡିଶା

odisha

ETV Bharat / state

ଅପହରଣର ଦେଢମାସ ପରେ ପୋଲିସ ହାତ ଖାଲି, ପ୍ରତିବାଦରେ ଓକିଲ ସଂଘର କାର୍ଯ୍ୟବନ୍ଦ ଡାକରା - ଖୋର୍ଦ୍ଧାରେ ଓକିଲଙ୍କ ପ୍ରତିବାଦ

ଓକିଲ ସଂଘର କର୍ମକର୍ତ୍ତାଙ୍କ ପୁଅ ଅପହରଣକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି, ପ୍ରତିବାଦରେ ଓକିଲଙ୍କର କାର୍ଯ୍ୟବନ୍ଦ ଡାକରା । ପଢନ୍ତୁ ଅଧିକ......

ଅପହରଣର ଦେଢମାସ ପରେ ବି ଟେର ପାଉନି ପୋଲିସ ,ପ୍ରତିବାଦରେ  ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ
ଅପହରଣର ଦେଢମାସ ପରେ ବି ଟେର ପାଉନି ପୋଲିସ ,ପ୍ରତିବାଦରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

By

Published : Dec 17, 2020, 7:40 AM IST

ଖୋର୍ଦ୍ଧା:ଓକିଲ ସଂଘର କର୍ମକର୍ତ୍ତାଙ୍କ ପୁଅ ଅପହରଣକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ ଅପହରଣକାରୀକୁ ଧରିବାରେ ବିଫଳ ହେବା ପ୍ରତିବାଦରେ କାର୍ଯ୍ୟବନ୍ଦ ଡାକରା ଦେଇଛି ବାଣପୁର ଓକିଲ ସଂଘ ।

ଅପହରଣର ଦେଢମାସ ପରେ ପୋଲିସ ହାତ ଖାଲି

ଜିଲ୍ଲା ବାଣପୁର ଓକିଲ ସଂଘରେ କାର୍ଯ୍ୟରତ ସୁକାନ୍ତ ପ୍ରଧାନଙ୍କ 16 ବର୍ଷର ଝିଅକୁ ଗତ ନଭେମ୍ବର ମାସ 03 ତାରିଖରେ ରାହାଣବେଲି ଗାଁର ଆକାଶ ସୁନ୍ଦରା ନାମକ ଜଣେ ଯୁବକ ଅପହରଣ କରିଥିବା ନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କରିବାର ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ଆଜିଯାଏଁ ପୋଲିସ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟ କରିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଆଗରୁ ସେହି ଯୁବକ ଜଣକ ସୁକାନ୍ତଙ୍କ ଝିଅକୁ ବିଭିନ୍ନ ପ୍ରକାରର ଉପହାର ଯାଚିଥିଲା ହେଲେ ନାବାଳିକା ଜଣକ ଏନେଇ ତାଙ୍କ ଘରେ ପ୍ରକାଶ କରିଥିଲା l ପରେ ପରେ ସୁକାନ୍ତ ସେହି ଯୁବକଙ୍କୁ ତାଗିଦ କରିବାପରେ ମଧ୍ୟ ସେ ସେଥିରୁ ନିବୃତ୍ତ ହୋଇନଥିଲା । ପରେ ସେ ତାଙ୍କ ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ସୁକାନ୍ତ । ହେଲେ ପୋଲିସ ନାବାଳିକାକୁ ପାଇବାରେ ବିଫଳ ହେବା ପ୍ରତିବାଦ କରି ସଂଘ ଏହି ବନ୍ଦ ଡାକରା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details