ହୋଲଡିଙ୍ଗ ଟିକସ ବୃଦ୍ଧିକୁ ସ୍ଥଗିତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର - ଖୋର୍ଦ୍ଧା ଖବର
ହୋଲଡିଙ୍ଗ ଟିକସ ବୃଦ୍ଧିକୁ ସ୍ଥଗିତ ରଖିବା ପାଇଁ ଦାବି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଓକିଲ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଅଧିକ ପଢନ୍ତୁ
ହୋଲଡିଙ୍ଗ ଟିକସ ବୃଦ୍ଧିକୁ ସ୍ଥଗିତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଖୋର୍ଦ୍ଧା: ହୋଲଡିଙ୍ଗ ଟିକସ ବୃଦ୍ଧିକୁ ସ୍ଥଗିତ ରଖିବା ପାଇଁ ଦାବି । ଖୋର୍ଦ୍ଧା ଜିଲ୍ଲା ପୌର ପରିଷଦ ପକ୍ଷରୁ ହୋଲ୍ଡିଙ୍ଗ ଟିକସ ବୃଦ୍ଧି କରାଯାଇଛି । ଏହା ଫଳରେ ଜନସାଧାରଣ ଲାଇଟ୍, ଡ୍ରେନେଜ୍, ପାଣି ଇତ୍ୟାଦି ବାବଦକୁ ଅଧିକ ଟିକସ ଦେବେ । ଦୁଇ ବର୍ଷ କୋରୋନା ମହାମାରୀ ଫଳରେ ଲୋକଙ୍କ ଆର୍ଥିକ ସଙ୍କଟ ଦେଖାଯାଇଛି । ତେଣୁ ହୋଲଡିଙ୍ଗ ଟିକସ ବୃଦ୍ଧିକୁ ସ୍ଥଗିତ ରଖାଯିବା ନେଇ ଖୋର୍ଦ୍ଧା ଓକିଲ ସଂଘ ଦାବି କରିଛି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଓକିଲ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି ।
ହୋଲଡିଙ୍ଗ ଟିକସ ବୃଦ୍ଧିକୁ ସ୍ଥଗିତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର