ଓଡିଶା

odisha

ETV Bharat / state

ବୋଲଗଡ଼ ତହସିଲଦାରଙ୍କ ବଦଳି ଦାବି, ଆନ୍ଦୋଳନକୁ ଓହ୍ଲାଇଲେ ଆଇନଜୀବୀ - ବୋଲଗଡ ତହସିଲଦାର

Bolagarh Tahsildar Controversy: ଆଇନଜୀବୀଙ୍କୁ ତହସିଲଦାର ଖରାପ ବ୍ୟବହାର କରିଥିବା ଅଭିଯୋଗ । ତହସିଲଦାରଙ୍କ ବଦଳି ଦାବି କରି ଆନ୍ଦୋଳନକୁ ଓହ୍ଲାଇଲା ବୋଲଗଡ଼ ଆଇନଜୀବୀ ସଂଘ । ଅଧିକ ପଢନ୍ତୁ

ଘନେଇଲା ବୋଲଗଡ଼ ତହସିଲଦାର ଓ ଆଇନଜୀବୀ ବିବାଦ
ଘନେଇଲା ବୋଲଗଡ଼ ତହସିଲଦାର ଓ ଆଇନଜୀବୀ ବିବାଦ

By ETV Bharat Odisha Team

Published : Jan 5, 2024, 8:08 AM IST

ଘନେଇଲା ବୋଲଗଡ଼ ତହସିଲଦାର ଓ ଆଇନଜୀବୀ ବିବାଦ

ଖୋର୍ଦ୍ଧା: ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ଆଇନଜୀବୀ ଓ ତହସିଲଦାରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଉଗ୍ରରୂପ ନେଇଛି । ତହସିଲଦାର ନିବେଦିତା ପରିଡ଼ାଙ୍କ ବଦଳି ଦାବିରେ ଅଡ଼ି ବସିଛନ୍ତି ବୋଲଗଡ଼ ଆଇନଜୀବୀ । ଉଭୟ ପକ୍ଷରୁ ବୁଧବାର ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ବୋଲଗଡ଼ ଆଇନଜୀବୀ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଗୁରୁବାର ତହସିଲ କାର୍ଯ୍ୟାଳୟ ଖୋଲିବା ପରେ କାର୍ଯ୍ୟାଳୟ ସମ୍ମୁଖରେ ବୋଲଗଡ଼ ଆଇନଜୀବୀ ସଙ୍ଘ ତହସିଲଦାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି ଏବଂ ତୁରନ୍ତ ତାଙ୍କୁ ଏଠାରୁ ବଦଳି କରିବା ପାଇଁ ଦାବି କରିଛନ୍ତି ଆଇନଜୀବୀ ।

ତେବେ ବୁଧବାର ବୋଲଗଡ଼ ତହସିଲ ଅନ୍ତର୍ଗତ ମାଣିକାଗୋଡା ରାଜସ୍ବ ସର୍କଲ ଅଧୀନ ଗୋବର୍ଦ୍ଧନପୁର ମୌଜାର ସ୍ବର୍ଗତ ବାବୁଲା ନାୟକ ଓରଫ ଏକାଦଶୀ ନାୟକ ପିତା ବୈକୁଣ୍ଠ ନାୟକ ନାମରେ ଏକ ସତ୍ୟପାଠ କରାଯାଇଥିଲା । ଏଥିରେ ବାବୁଲଙ୍କ ଦୁଇ ଝିଅ ସ୍ବପ୍ନା ନାୟକ ଓ ଜୋଛନା ନାୟକ ଆବେଦନକାରୀ ଥିଲେ । ତହସିଲ ଓକିଲ ପୁରୁଷୋତ୍ତମ ସୁବୁଦ୍ଧି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଭିତରେ ତହସିଲଦାର ନିବେଦିତା ପରିଡ଼ାଙ୍କ ନିକଟରେ ସତ୍ୟପାଠ ପ୍ରମାଣପତ୍ର ଦାଖଲ କରିବା ସମୟରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତହସିଲଦାର ଓକିଲ ପୁରୁଷୋତ୍ତମ ସୁବୁଦ୍ଧିଙ୍କୁ ଧମକ ଚମକ ଦେଇ ଅଫିସରୁ ବାହାରି ଯିବାପାଇଁ କହିଥିଲେ ।

ଏହାପରେ ଓକିଲ ନାମରେ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀଣୀ ସ୍ନିଗ୍ଧାମୟୀ ବାରାଳ ତାଙ୍କୁ ନେଇ ଥାନାରେ ଅଟକ ରଖିଥିଲେ । ଏହି ଘଟଣାକୁ ନେଇ ବୋଲଗଡ଼ ଓକିଲ ସଂଘ ପକ୍ଷରୁ ତହସିଲଦାର ଓକିଲମାନଙ୍କୁ ଦୁର୍ବ୍ୟବହାର, ଗାଳି କରିବା ଓ ଧମକ ଚମକ ଦେବା ଅଭିଯୋଗ କରି ବୋଲଗଡ଼ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଜେପିର ୨୪ ଲଢେଇ; କାଲିଠୁ ହେବ ଆରମ୍ଭ, ରାଉରକେଲାରେ ବସିବ ବୈଠକ

ତେବେ ତହସିଲଦାର ଏଠାକୁ ଦୁଇ ମାସ ତଳେ ବଦଳି ହୋଇଆସିଥିବା ବେଳେ ଜନସାଧାରଣ ଓ ଆଇନଜୀବୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି । ଏହାର ସ୍ଥାୟୀ ସମାଧାନ ନହେଲେ ଆଗକୁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବୋଲଗଡ଼ ଆଇନଜୀବୀ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ଏଭଳି ସ୍ଥିତିକୁ ନେଇ ତହସିଲଦାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details