ଭୁବନେଶ୍ବର:ଏକାଠି ହେଲେ ମହିଳା ସମ୍ବାଦିକ। ଗୋଟିଏ ମଞ୍ଚରେ ବସିଲେ ଓଡିଶା ଗଣମାଧ୍ୟମ ସହ ଜଡିତ ଥିବା ସମସ୍ତ ମହିଳା । ଗଠନ ହେଲା ଓଡିଶା ମହିଳା ମିଡିଆ ଟ୍ରଷ୍ଟ, ଓବ୍ଲୁଏମ୍ (OWM) । ଦୀର୍ଘ ୩ ଦଶନ୍ଧୀ ଧରି ଓଡିଶା ଗଣମାଧ୍ୟମ ସହ ଯଡିତ ଥିବା ସମସ୍ତ ବର୍ଗର ମହିଳାଙ୍କୁ ନେଇ ଗଠନ ହୋଇଛି ଏହି ଟ୍ରଷ୍ଟ । ଏହାକୁ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଉଦଘାଟନ କରିଛନ୍ତି । ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସମସ୍ୟା ଉପରେ ଆଲୋଚନା ଓ ଏହାର ସାମାଧାନ ଦିଗରେ ଏହି ଟ୍ରଷ୍ଟ କାମ କରିବ ।
ତେବେ ସମୟ ବଦଳିବା ସହ ଗଣମାଧ୍ୟମରେ ମହିଳାଙ୍କ ସଂଖ୍ୟା କ୍ରମଶଃ ବଢିବାର ଲାଗିଛି । ଫିଲ୍ଡ ରିପୋର୍ଟିଂ ଠାରୁ ନେଇ ମହିଳା ଉପସ୍ଥାପିକା ପ୍ରତିଟି ପ୍ରସଙ୍ଗରେ ସମ୍ମାନ ଓ ସହଭାଗିତା ସହ କାର୍ଯ୍ୟ ତୁଲାଉଛନ୍ତି ମହିଳା ସାମ୍ବାଦିକା । କେବେ ପରଦା ଉପରେ ତ ଆଉ କେବେ ପରଦା ପଛରେ ରହି ନିଷ୍ଠାର ସହ ନିଜ କାମ ସମ୍ପାଦନା କରୁଛନ୍ତି । ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ଅସ୍ତିତ୍ବ ବଞ୍ଚାିବା ପାଇଁ ସଂଘର୍ଷ ଜାରି ରହିଛି । ଆଉ ଏହି ସଂଘର୍ଷକୁ ସୁଗମ କରିବା ପଥରେ Odisha women in media Trust ଗଠନ ହୋଇଛି । ଗଣମାଧ୍ୟମ ପ୍ରତି ମହିଳାଙ୍କ ଆଗ୍ରହ ବଢାଇବା ସହ ସେମାନଙ୍କୁ ସଂଗଠିତ କରି ରଖିବାରେ ଏହି ଟ୍ରଷ୍ଟ ବେସ ସହାୟକ ହୋଇ ପାରିବ ।
ଏହା ମଧ୍ୟ ପଢନ୍ତୁ: Biju Patnaik's iconic Dakota aircraft: ଡାକୋଟା ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ