ଓଡିଶା

odisha

By

Published : Sep 25, 2021, 9:40 PM IST

ETV Bharat / state

ଅରିନ୍ଦମଙ୍କ ବିୟୋଗରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଶୋକସଭା

ଖୋର୍ଦ୍ଧା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶୋକସଭା । ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଅଧିକ ପଢନ୍ତୁ...

senior reporter arindam das condolence meet in khurdha
ଅରିନ୍ଦମଙ୍କ ବିୟୋଗରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଶୋକସଭା

ଖୋର୍ଦ୍ଧା: ସାମ୍ବାଦିକ ଅରିନ୍ଦମଙ୍କ ସ୍ମୃତିରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଶୋକସଭା । ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି ।

ଅରିନ୍ଦମଙ୍କ ବିୟୋଗରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଶୋକସଭା

ଅମର ଆତ୍ମାର ସଦଗତି ନିମନ୍ତେ ଖୋର୍ଦ୍ଧା ସାମ୍ବାଦିକ ସଂଘ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଶୋକସଭା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ବାଳ ଯୋଗଦେଇଥିବାବେଳେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଶୋକ ସଭାରେ 2 ମିନିଟ ନିରବ ପ୍ରାର୍ଥନା ସହ ଉପସ୍ଥିତ ସାମ୍ବାଦିକମାନେ ସ୍ମୃତି ଚାରଣ କରିଛନ୍ତି । ସେହିପରି ବେଗୁନିଆ ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମଙ୍କ ସ୍ମୃତିରେ ବେଗୁନିଆ ପୋଷ୍ଟ ଅଫିସ ଛକଠାରୁ ଥାନା ପର୍ଯ୍ୟନ୍ତ ଏକ ନିରବ ଶୋଭାଯାତ୍ରା କରି ତାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସୂଚନାଥାଉକି ଗତକାଲି କଟକ ମୁଣ୍ଡଳୀ ବ୍ରିଜ ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ବୋଟରେ ଥିଲେ ସିନିୟର ରିପୋର୍ଟର ଅରିନ୍ଦମ ଦାସ । ହାତୀକୁ ଘଉଡାଇବାବେଳେ ଅଚାନକ ବୋଟ ଓଲଟିଯିବା ଯୋଗୁଁ ମୃତ୍ୟୁବରଣ କରିଥିଲେ ଅରିନ୍ଦମ ଦାସ ଓ ଅନ୍ୟଜଣେ ଓଡ୍ରାଫ କର୍ମଚାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details