ଖୋର୍ଦ୍ଧା: ଶେଷ ହେଲା କୁମାରୀଙ୍କ ଖୁଦୁରୁକୁଣୀ ଓଷା । ବାର ମାସରେ ତେର ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା । ତେବେ ଏହାରି ଭିତରେ କୁମାରୀମାନଙ୍କ ଖୁଦୁରୁକୁଣୀ ବା ଭାଲୁକୁଣୀ ଓଷା ବି ଗୋଟିଏ ।
ଅନେକ ପର୍ବପର୍ବାଣୀ ମଧ୍ୟରୁ କୁଆଁରୀ ଝିଅମାନେ ନିଜ ଭାଇର ଶୁଭ ମନାସି ମା' ମଙ୍ଗଳାଙ୍କ ପାଖେ ଖୁଦୁରୁକୁଣୀ ଓଷା କରନ୍ତି । ବିଶ୍ବାସ ରହିଛି ଭାଦ୍ରବ ମାସର ପ୍ରତି ରବିବାର କୁମାରୀମାନେ ଏହି ଉପବାସ ରଖି ମା' ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି । ଆଉ ଭାଦ୍ରବ ମାସର ଶେଷ ରବିବାର ବ୍ରତ ଉଦଯାପନ କରିଛନ୍ତି ।