ଓଡିଶା

odisha

ETV Bharat / state

Dhamnagar By-Poll: ସରିଲା ଉପନିର୍ବାଚନ ପ୍ରଚାର, କଂଗ୍ରେସ କହିଲା ଆମେ ଜିତିବୁ - ବିଜେପି ଏବଂ କଂଗ୍ରେସ ଜୋରଦାର ପ୍ରଚାର

ଶାସକ ବିଜେଡି ଠାରୁ ଆରମ୍ଭ କରି ବିରୋଧୀ ବିଜେପି ଏବଂ କଂଗ୍ରେସ ଜୋରଦାର ପ୍ରଚାର । ଅଧିକ ପଢନ୍ତୁ

Dhamnagar bypoll: ସରୁଛି ଧାମନଗର ଉପନିର୍ବାଚନ ପ୍ରଚାର
Dhamnagar bypoll: ସରୁଛି ଧାମନଗର ଉପନିର୍ବାଚନ ପ୍ରଚାର

By

Published : Nov 1, 2022, 11:11 PM IST

Updated : Nov 2, 2022, 9:04 AM IST

ଭୁବନେଶ୍ବର:ଆଜି ସରୁଛି ଧାମନଗର ଉପନିର୍ବାଚନ ପ୍ରଚାର । ଶାସକ ବିଜେଡି ଠାରୁ ଆରମ୍ଭ କରି ବିରୋଧୀ ବିଜେପି ଏବଂ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି। ବିଜେଡି ବିରାଟ ରାଲି କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାଇ ଭୋଲ୍ଟେଜ ପ୍ରଚାର ସହ କଂଗ୍ରେସର ପିସିସି ସଭାପତିଙ୍କ ସହ ବିଧାୟକ ମାନଙ୍କ ବିରାଟ ରାଲି ଧାମନଗର ବାସୀଙ୍କ ଭିତରେ ଏକ ମାହୋଲ ସୃଷ୍ଟି କରିଥିଲା ।

Dhamnagar bypoll: ସରୁଛି ଧାମନଗର ଉପନିର୍ବାଚନ ପ୍ରଚାର

କିନ୍ତୁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ନିର୍ବାଚନ ରେ ବିଜେଡି ବିପୁଳ ଅର୍ଥର ପ୍ରଲୋଭନ ଦେଖାଇ ଭୋଟ କିଣିବାକୁ ଉଦ୍ୟମ କରିବା ପ୍ରୟାସ କରୁଛି ବୋଲି ଅଭିଯୋଗ ଆଣିଥିଲେ ଉଭୟ ଦଳର ନେତା । ତେବେ ଏନେଇ ଏକ ସୁସ୍ଥ, ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ଅନୁଷ୍ଠିତ ହେଉ ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସ ନିର୍ବାଚନ ଆୟୁକ୍ତ ଙ୍କ ନିୟମ ଅନୁସାରେ ନିର୍ବାଚନ ଆଚରଣ ବିଧି କୁ ସଂମାନ ଦେଇ ପ୍ରଚାର ଜାରି ରଖିଛି।ଧାମନଗର ରେ ସ୍ବାଭିମାନ ର ଲଢେଇ ହେବ ଏବଂ ଧାମନଗର ବାସୀ କଂଗ୍ରେସ ଉପରେ ଭରଷା କରି ଭୋଟ ଦେବେ । କଂଗ୍ରେସ ଅବାଧ ନିରପେକ୍ଷ ନିର୍ବାଚନ କୁ ସବୁବେଳେ ପ୍ରାଧାନ୍ୟ ଦେଉଛି ତେଣୁ ଯଦି ଧାମନଗର ବାସୀ ଚାହିଁବେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 2, 2022, 9:04 AM IST

ABOUT THE AUTHOR

...view details