ଓଡିଶା

odisha

ETV Bharat / state

ଟେକ୍ନୋଲୋଜି ଆମ ଶାସନ ମଡେଲର ଆଧାରବିନ୍ଦୁ : ମୁଖ୍ୟମନ୍ତ୍ରୀ

ରାଜ୍ୟ ଡାସବୋର୍ଡରେ ମୁଖ୍ୟମନ୍ତ୍ରୀ ଡାସବୋର୍ଡ ରହିଛି । ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । https://cmdashboard.odisha.gov.in ମାଧ୍ୟମରେ ସାଧାରଣ ଲୋକ ଏହି ଡାସବୋର୍ଡର ବ୍ୟବହାର କରିପାରିବେ । ଜନ ଭାଗିଦାରୀ ଦ୍ଵାରା ବିଭାଗଗୁଡ଼ିକର ଉତ୍ତରଦାୟିତ୍ଵ ବଢିବ । ଏହା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ଵଚ୍ଛତା ଆସିବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 18, 2023, 10:54 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି । ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ । ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି । ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ । ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ ।

ଏହାବି ପଢନ୍ତୁ- Modi-Naveen Relations: 2024 ନିର୍ବାଚନ ପୂର୍ବରୁ ଆକଳନ କରିଦେଲେ କି ନବୀନ ?

KPIs (Key Performance Indicators) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସ୍‌ପ୍ଲେ ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ । ଯାହା ଠିକ୍‌ ସମୟରେ ପଦକ୍ଷେପ ନେବାରେ ବେଶ ସହାୟକ ହେବ । ବର୍ତ୍ତମାନ ଏଥିରେ ୩୦ଟି ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ଟି ବିଭାଗ ଯୋଡ଼ି ହୋଇଛି । ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରହିଛି । ବିଭାଗଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି ।

ରାଜ୍ୟ ଡାସବୋର୍ଡରେ ମୁଖ୍ୟମନ୍ତ୍ରୀ ଡାସବୋର୍ଡ ରହିଛି । ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । https://cmdashboard.odisha.gov.in ମାଧ୍ୟମରେ ସାଧାରଣ ଲୋକ ଏହି ଡାସବୋର୍ଡର ବ୍ୟବହାର କରିପାରିବେ । ଜନ ଭାଗିଦାରୀ ଦ୍ଵାରା ବିଭାଗଗୁଡ଼ିକର ଉତ୍ତରଦାୟିତ୍ଵ ବଢିବ । ଏହାସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ଵଚ୍ଛତା ଆସିବ । 5Tକୁ ଭିତ୍ତିକରି ବ୍ୟବସ୍ଥାରେ ସ୍ଵଚ୍ଛତା ବଜାୟ ରଖିବା ସହିତ ସମୟୋଚିତ କାର୍ଯ୍ୟ ସମ୍ପାଦନ ପାଇଁ ଏଥିରେ ଅଭିନବ ଜ୍ଞାନକୌଶଳର ଉପଯୋଗ କରଯାଇଛି । ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ନେଇ ପୁଙ୍ଖାନୁପୁଙ୍ଖ ସୂଚନା ଏହି ଅତ୍ୟାଧୁନିକ ଡାସବୋର୍ଡ ଜରିଆରେ ପ୍ରଶାସନିକ ଅଧିକାରୀମାନଙ୍କୁ ମିଳିପାରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଟେକ୍ନୋଲୋଜି ଓଡିଶା ସରକାରଙ୍କ ଶାସନ ମଡେଲର ଆଧାରବିନ୍ଦୁ । ଡାସବୋର୍ଡ ଓଡିଶା ଶାସନ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବ । ଜନସେବାରେ ଆହୁରି ସ୍ବଚ୍ଛତା ଆଣିବ । ଆମେ ଶ୍ରେଷ୍ଠ ଟେକ୍ନୋଲୋଜିର ନିରନ୍ତର ବ୍ୟବହାର ଜାରି ରଖିବୁ । ଏହି ସମନ୍ଵିତ ଡାସବୋର୍ଡର ଶୁଭାରମ୍ଭ 5T ଶାସନ ମଡେଲକୁ ଆହୁରି ଆଗକୁ ନେବ । ଆମ 5T ଶାସନ ମଡେଲ ସହ ତଥ୍ୟ ଭିତ୍ତିକ ସମୟୋଚିତ ପଦକ୍ଷେପକୁ ସୁନିଶ୍ଚିତ କରିବାରେ ସହାୟକ ହେବ ।”

ଏହାବି ପଢନ୍ତୁ- IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

ସରକାରୀ ଯୋଜନାଗୁଡ଼ିକ ତଦାରଖ ବ୍ୟତୀତ ଏହି ଡାସବୋର୍ଡ ଦ୍ଵାରା ଯୋଜନାଗୁଡ଼ିକର ଅଗ୍ରଗତି ନେଇ ଅଧିକାରୀମାନେ ପଦକ୍ଷେପ ନେଇପାରିବେ । ରାଜ୍ୟ ଡାସବୋର୍ଡରୁ ନାଗରିକମାନଙ୍କୁ ନୀତି ନିର୍ଦ୍ଧାରଣ, ବଜେଟ ଆବଣ୍ଟନ ଏବଂ ସାଧାରଣ ଖର୍ଚ୍ଚ ବାବଦ ସୂଚନା ସହଜରେ ମିଳିପାରିବ । ଲୋକମାନେ ସହଜରେ ସରକାରୀ ସେବାର ଲାଭ ଉଠାଇପାରିବେ । ଏହାଦ୍ବାରା ରାଜ୍ୟ ବିକାଶରେ ଲୋକଙ୍କ ଭାଗିଦାରୀ ବୃଦ୍ଧି ପାଇବ । ଲୋକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ଏବଂ ତଥ୍ୟ ପରିଚାଳିତ ଶାସନ ବ୍ୟବସ୍ଥାରେ ଏହି ଡାସବୋର୍ଡ ଏକ ନୂଆ ଅଧ୍ୟାୟ ଯୋଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details