ଓଡିଶା

odisha

ETV Bharat / state

ପ୍ରଶାନ୍ତ ଜଗଦେବଙ୍କ ପିଛା ଛାଡୁନି ବିବାଦ, ଆସିଲା କମ୍ପାନୀ ଜମି ଜବରଦଖଲ ଅଭିଯୋଗ

ଚିିଲିକାର ବିବାଦୀୟ ତଥା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା କମ ହୋଇ ନଥିବାବେଳେ ପୁଣି ଏବେ ଆସିଛି ଆଉ ଅଭିଯୋଗ । ଟାଙ୍ଗି ବ୍ଲକ ଚଣ୍ଡେଶ୍ବର ଥିବା ଓମଫେଡ କମ୍ପାନୀର ଜମି ଜବରଦଖଲ କରିଛନ୍ତି ବିଧାୟକଙ୍କ ସହଯୋଗୀ । ଅଭିଯୋଗ ପରେ ବି ଚୁପ ପ୍ରଶାସନ । ଅଧିକ ପଢନ୍ତୁ...

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପିଚ୍ଛା ଛାଡୁନି ବିବାଦ, ଦବଙ୍ଗଗିରି ପରେ ଏବେ କମ୍ପାନୀ ଜମି ଜବରଦଖଲ ଅଭିଯୋଗ
ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପିଚ୍ଛା ଛାଡୁନି ବିବାଦ, ଦବଙ୍ଗଗିରି ପରେ ଏବେ କମ୍ପାନୀ ଜମି ଜବରଦଖଲ ଅଭିଯୋଗ

By

Published : Sep 30, 2021, 10:57 PM IST

ଖୋର୍ଦ୍ଧା:ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପିଛା ଛାଡୁନି ବିବାଦ । ଅନେକ ବିବାଦ ଓ ସଙ୍ଗୀନ ଦଫାରେ ଛନ୍ଦି ହୋଇଥିବା ବିଧାୟକ ପ୍ରଶାନ୍ତଙ୍କ ନାଁରେ ଏବେ ଆଉ ଏକ ପୁରୁଣା ଅଭିଯୋଗର ଫର୍ଦ୍ଦ ପୁଣି ଖୋଲିଛନ୍ତି ଅଭିଯୋଗକାରୀ । ବେଗୁନିଆ, ମନମୁଣ୍ଡା ଓ ଭୁବନେଶ୍ବରରେ ନିଜ ଦାଦାଗିରିରେ ବିଧାୟକ ଲୋକଙ୍କୁ ଭୟଭୀତ କରି ରଖିଥିବା ଅଭିଯୋଗ ପୂର୍ବରୁ ଆସିସାରିଥିବାବେଳେ, ଏବେ ଜମି ମାଫିଆଙ୍କ ସହ ମିଶି ଓମଫେଡ ଜମିକୁ ନିଜ ଅକ୍ତିଆର କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି ଓମଫେଡ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟ ଜନପ୍ରତିନିଧି ।

ପ୍ରଶାନ୍ତ ଜଗଦେବଙ୍କ ପିଛା ଛାଡୁନି ବିବାଦ, ଆସିଲା କମ୍ପାନୀ ଜମି ଜବରଦଖଲ ଅଭିଯୋଗ

ଅଭିଯୋଗ ଅନୁସାରେ,1985 ମସିହାରେ ଟାଙ୍ଗୀ ବ୍ଲକ ଚଣ୍ଡେଶ୍ବର ଓମଫେଡ ପ୍ଲାଣ୍ଟକୁ ସରକାର 16ନଂ ଜାତୀୟ ରାଜପଥ କଡରେ ପ୍ରତିଷ୍ଠା କରିଥିଲେ। ସରକାର ଏଥିପାଇଁ 2 ଏକର ଜାଗା ଯୋଗାଇ ଦେଇଥିବାବେଳେ 1988 ମସିହାରେ ଏହି ପ୍ଲାଣ୍ଟରେ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଚିଲିକା ବିଧାୟକ ଭାବେ ପ୍ରଶାନ୍ତ ଜଗଦେବ ନିର୍ବାଚିତ ହେବାପରେ ତାଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ଏହି କମ୍ପାନୀ ଜମି ଉପରେ । 2 ଏକର ଜାଗାରୁ ଅଧା ଜାଗାରେ ପ୍ଲାଣ୍ଟ ଚାଲୁଥିବାବେଳେ ଆଉ ଅଧା ଜାଗା ଖାଲି ପଡିଥିଲା । ଏହି ଖାଲି ପଡିଥିବା ଅଧା ଜାଗାକୁ ଜୋର ଜବରଦସ୍ତ ବିଧାୟକ ଓ ତାଙ୍କ ସହଯୋଗୀ ଜମି ମାଫିଆମାନେ ଘର ନିର୍ମାଣ ଆରମ୍ଭ କରିଦେଇଥିଲେ ।

ଏନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି କମ୍ପାନୀର କର୍ମକର୍ତ୍ତା ଥାନା ଓ ପ୍ରଶାସନ ପାଖରେ ଏକାଧିକ ଥର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବାବେଳେ ଜବରଦଖଲରେ ଘର କାମ ଜାରି ରଖିଛନ୍ତି ବିଧାୟକଙ୍କ ସହଯୋଗୀ ।

ଏନେଇ ଅଭିଯୋଗକୁ ପୁୁଣିଥରେ ଉଠାଇଛନ୍ତି ପୂର୍ବତନ ସରପଞ୍ଚ ଏବଂ ପ୍ଲାଣ୍ଟ କର୍ମଚାରୀ । ଅନ୍ୟପଟେ ବିଧାୟକ ଓ ତାଙ୍କ ସହଯୋଗୀ ପ୍ଲାଣ୍ଟ କର୍ମଚାରୀଙ୍କୁ ଗାଳିଗୁଳଜ କରିଥିବା ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ପାଇ ଚୁପ ବସିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details