ଦମ୍ପତିଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର - loot in khordha road
18:40 June 04
ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ଖୋର୍ଦ୍ଧା:ବାଘମାରି ସାରୁଅ ରାସ୍ତା ମଝିରୁ ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ସୂଚନା ଥାଉକି ଭୁବନେଶ୍ୱର ସତ୍ୟବିହାରରୁ ସୁରଜ୍ କୁମାର ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ନିବେଦିତା ପଟ୍ଟନାୟକ ନୟାଗଡ଼ ବାହାଡାଝୋଲା ଅଭିମୁଖେ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆପାଚୀ ମୋଟରସାଇକେଲରେ ତାଙ୍କୁ ଫଲୋ କରିଥିଲେ ।
ପରେ ସାରୁଅ ବାଘମାରି ରାସ୍ତା ମଧ୍ୟରୁ ସୁନା ଅଳଙ୍କାର ଥିବା ବ୍ୟାଗକୁ ଝାମ୍ପି ନେଇଥିଲେ । ଏନେଇ ବାଘମାରି ଥାନାରେ ଅଭିଯୋଗ ହୋଇଛି। ବାଘମାରି ପୋଲିସ ଅଭିଯୋଗ ପରେ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ