ଓଡିଶା

odisha

ETV Bharat / state

ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରୁ ଚୋରି, ବାବାଙ୍କ ରୁପା ନାଗ ସହ ଦାନବାକ୍ସ ଲୁଟିନେଲେ ଦୁର୍ବୃତ୍ତ - ବାବା ହଟକେଶ୍ବର ମନ୍ଦିର

ଅଟ୍ରିର ପ୍ରସିଦ୍ଧ ହଟକେଶ୍ୱର ମନ୍ଦିରରୁ ଚୋରି । ଦାନବାକ୍ସ ଭାଙ୍ଗିବା ସହ ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ହଟକେଶ୍ୱର ମନ୍ଦିରରୁ ଚୋରି
ହଟକେଶ୍ୱର ମନ୍ଦିରରୁ ଚୋରି

By

Published : Feb 26, 2023, 10:43 AM IST

ହଟକେଶ୍ୱର ମନ୍ଦିରରୁ ଚୋରି

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ ବୃଦ୍ଧି ପାଉଥିବାବେଳେ ଏବେ ମନ୍ଦିରରୁ ମଧ୍ୟ ଲୁଟପାଟ ଚାଲିଛି । ପୂର୍ବରୁ ବିଭିନ୍ନ ଲୋକଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଉଥିଲେ । ବର୍ତ୍ତମାନ ସ୍ୱଂୟ ଭଗବାନ ସେମାନଙ୍କ କବଳରୁ ରକ୍ଷା ପାଇନାହାନ୍ତି । ଗତକାଲି(ଶନିବାର) ବିଳମ୍ବିତ ରାତିରେ ବାଘମାରୀ ସ୍ଥିତ ପ୍ରସିଦ୍ଧ ପର୍ଯଟନସ୍ଥଳୀ ବାବା ହଟକେଶ୍ବର ମନ୍ଦିରରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ମନ୍ଦିରରେ ଥିବା ଠାକୁରଙ୍କ ରୂପାର ନାଗ ମୂର୍ତ୍ତି, ପାର୍ବତୀଙ୍କ ଅଳଙ୍କାର, ରୂପା ଶିବ ମୂର୍ତ୍ତି ସହ ଦୁଇ ମାସ ଧରି ହୁଣ୍ଡିରେ ଥିବା ଦାନ ଟଙ୍କାକୁ ଲୁଟି ନେଇ ବାକ୍ସ ଫିଙ୍ଗି ଚାଲିଯାଇଥିବା ନେଇ ସୂଚନା ମିଳିଛି ।

ସେହିପରି ମନ୍ଦିର ପରିସରରେ ଥିବା ପ୍ରେମାନନ୍ଦ ଆଶ୍ରମରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରୁପା କିରଟି ଏବଂ ରାଧା କୃଷ୍ଣଙ୍କ ରୁପା କିରଟି ମଧ୍ୟ ନେଇ ଯାଇଥିବା ମନ୍ଦିର ସେବାୟତ କହିଛନ୍ତି । ତେବେ ଚୋରିର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ବିଳମ୍ବିତ ରାତିରେ ୩ଜଣ ଲୁଟେରା ଆସି ଲୁଟ କରିଥିବା ସିସିଟିଭିରେ ଦେଖାଯାଇଛି । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମନ୍ଦିରର ଦାନ ବାକ୍ସ ଚୋରି ହୋଇଥିବା କହିଛନ୍ତି ସେବାୟତ ।

ଏହା ମଧ୍ୟ ପଢନ୍ତୁ: ପରିବେଶକୁ ସ୍ବଚ୍ଛ ରଖିବାର ଅଜବ ନିଶା, ୪୦ ବର୍ଷ ହେବ ରାସ୍ତାଘାଟ ସଫା କରୁଛନ୍ତି ବୃଦ୍ଧା

ସୂଚନା ଅନୁସାରେ, ମନ୍ଦିର ପରିସରରେ ଗତକାଲି 4ଜଣ ପାଳିଆ ସେବାୟତ ରହିଥିବା ବେଳେ ସେମାନେ ଲୁଟ ସମ୍ପର୍କରେ କିପରି ଜାଣିପାରିଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଆଜି ଭୋର ସମୟରେ ପାଳିଆ ସେବାୟତ କାଙ୍ଗାଳୀ ରଣା ଠାକୁରଙ୍କ ସେବା ପାଇଁ ପହଡ଼ ଖୋଲିବା ବେଳେ ଲୁଟ ବାବଦରେ ଜଣାପଡିଥିଲା । ସେପଟେ ମନ୍ଦିର ଟ୍ରଷ୍ଟି ପକ୍ଷରୁ ବାଘମାରି ଥାନାରେ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଛି । ସେହିପରି ପୋଲିସ ପେଟ୍ରୋଲିଂକୁ କଡାକଡି କଲେ ଏଭଳି ଘଟଣା ଘଟିବନି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଠାକୁରଙ୍କ ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାତି ହେଲେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏନେଇ ମନ୍ଦିର ସେବାୟତ କହିଛନ୍ତି, " ଗତକାଲି ୩ ଜଣ ପାଳିଆ ସେବାୟତ ମନ୍ଦିର ସୁରକ୍ଷାରେ ରହିଥିଲେ । ତେବେ ସେମାନେ ସକାଳେ ଉଠି ମନ୍ଦିର କବାଟ ଖୋଲିଲା ବେଳେ ଗ୍ରିଲକାଟି ସବୁ ଚୋରି ହୋଇଯାଇଥିବା ଦେଖିଥିଲେ । ମୂର୍ତ୍ତି, ହୁଣ୍ଡି ସହ କୀରଟି ମଧ୍ୟ ଚୋରି ହୋଇଯାଇଛି । ପୋଲିସକୁ ଏନେଇ ଖବର ଦିଆଯାଇଛି । ଆମେ ଅନୁରୋଧ କରୁଛୁ ଏହି ଘଟଣାରେ ତଦନ୍ତ କରନ୍ତୁ । "

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details