ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସ୍କାଣ୍ଡାଲ ମାମଲା । କିଛି ଦିନର ଶିଥିଳତା ପରେ ପୁଣି ଆକ୍ଟିଭ ମୋଡରେ କମିଶନରେଟ ପୋଲିସ । ଆଜି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ତେବେ କୋର୍ଟ ଚାଲାଣ ପୂର୍ବରୁ ଜଗବନ୍ଧୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କ୍ୟାପିଟାଲ ହସପିଟାଲ୍କୁ ନିଆଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।
ସୂଚନା ଅନୁସାରେ, ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଆଜି ସକାଳ ସମୟରେ ଗିରଫ ହୋଇଥିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଖଣ୍ଡଗିରି ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା । ପରେ ଜଗବନ୍ଧୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ କ୍ୟାପିଟାଲ ହସପିଟାଲ୍କୁ ନିଆଯାଇ ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣିଥରେ କଡା ସୁରକ୍ଷା ମଧ୍ୟରେ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜଗବନ୍ଧୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ଜଣାଯାଇଛି । ପୋଲିସ କଡାସୁରକ୍ଷା ମଧ୍ୟରେ ଜଗବନ୍ଧଙ୍କୁ ଖଣ୍ଡଗିରି ଥାନାରୁ କ୍ୟାପିଟାଲ ହସପିଟାଲ୍ ଏବଂ କୋର୍ଟ ଚାଲାଣ କରାଯିବା ବେଳେ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନ ପ,ାରିଥିଲେ ହେଁ ଏନେଇ ସେ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ
ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ଉଭୟ ବିରୋଧି ଓ ଶାସକ ଦଳର ନେତାଙ୍କ ଫୋଟ ଭାଇରାଲ ହେବାରେ ଲାଗିଛି । ଏବେବି ତାଙ୍କ ପାଖରେ ଅନେକ ଭିଡିଓ ରହିଥିବା କୁହାଯାଉଛି । ଯାହା ଲିକ ହେଲେ ବହୁ ହାଇପ୍ରୋଫାଇଲ ନେତାଙ୍କ କେଳେଙ୍କାରୀ ପଦାକୁ ଆସିବ । ଏପରିକି ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କେତେକ ଫୋଟ ଡିଲିଟ ହୋଇଥିବା ଜଣାପଡିଥିଲା । ଫୋଟ ଡିଲିଟ ପଛରେ ଜଗବନ୍ଧୁର ହାତଥିବା ନେଇ ଚର୍ଚ୍ଚ ହୋଇଥିଲା । ସୂଚନା ଅନୁଯାୟୀ, ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ତାଲିକା ପ୍ରକାଶ କରିବାକୁ ଦାବି ଜୋର ଧରିଛି । ତା ସହିତ ଅର୍ଚ୍ଚନା ସ୍କାଣ୍ଡାଲ୍ ତଦନ୍ତ ନେଇ ପୋଲିସ ଉପରେ ଶାସକ ଦଳ ଚାପ ପକାଉଥିବା ଅଭିଯୋଗ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ଏନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।