ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ ପରେ ପାୱାର କରିଡରରେ ଛନକା ପଶିଛି । ଅର୍ଚ୍ଚନାଙ୍କ ମୋବାଇଲ ଫୋନରେ ଅନେକ ପ୍ରମାଣ ଲୁଚି ରହିଛି । ଅର୍ଚ୍ଚନାଙ୍କର କେଉଁମାନଙ୍କ ସହିତ ଯୋଗାଯୋଗ ରହିଥିଲା ଏସବୁର ଖୋଳତାଡ କରୁଛି ED । ପୂର୍ବରୁ ଅର୍ଚ୍ଚନାଙ୍କ ମୋବାଇଲକୁ ଜବତ କରିଥିଲା କମିଶନରେଟ୍ ପୋଲିସ । ହେଲେ ମୋବାଇଲକୁ କୋର୍ଟରେ ଏକଜିକ୍ୟୁଟ କରି ଷ୍ଟେଟ ପଫରେନସିକକୁ ପଠାଇଥିଲା କମିଶନରେଟ୍ ପୋଲିସ ।
ଅର୍ଚ୍ଚନାଙ୍କ ସମସ୍ତ ଡିଜିଟାଲ ଗ୍ୟାଜେଟରେ ଲୁଚି ରହିଛି ଅନେକ ପ୍ରମାଣ । ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଘରୁ ମିଳିଥିବା ମୋବାଇଲ, ଲାପଟପ, ହାର୍ଡଡିସ୍କକୁ ସହ ଇଲେକ୍ଟ୍ରୋନିକ ଓ ଡିଜିଟାଲ ଗ୍ୟାଜେଟକୁ ଫରେନସିକ ଟିମ ବା (SFSL) ତୁରନ୍ତ ଇଡିକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବଡ଼ କଥା ହେଉଛି ଯେଉଁ ମୋବାଇଲ ଓ ଲ୍ୟାପଟପ୍ ଇଡି ଖୋଜୁଛି ସେଥିରେ ଥିବା ପ୍ରମାଣ ସୁରକ୍ଷିତ ଅଛି କି ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଯେଉଁ ପାଓ୍ବାର କରିଡର ଦୋହଲିଯିବାର ଅର୍ଚ୍ଚନା କହିଥିଲେ ସେହିମାନଙ୍କ ପ୍ରମାଣ ସେଥିରେ ଅଛି । ଯଦି ସମସ୍ତ ପ୍ରମାଣ ସେଥିରେ ସୁରକ୍ଷିତ ରହିଥାଏ ତାହେଲେ ହେବିୱେଟଙ୍କ ଗୁମର ଖୁବ ଶୀଘ୍ର ଖୋଲିପାରେ । ଅର୍ଚ୍ଚନାଙ୍କ କହିବାନୁସାରେ ଯାହା ତାଙ୍କ ପାଖରେ ତଥ୍ୟ ଅଛି ତାହା ରାଜ୍ୟକୁ ପରିବର୍ତ୍ତନ କରିଦେବ ।