ଖୋର୍ଦ୍ଧା: ସବୁବେଳେ ନୂଆ କିଛି କରିବାର ପ୍ରୟାସ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ସୂକ୍ଷ୍ମ କଳାକୃତି କରି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ହେଉଛନ୍ତି ଜଟଣୀର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ । ଆଲୋକର ପର୍ବ ଦୀପାବଳୀରେ ସେ ଏଭଳି କିଛି କଳାକୃତି କରି ଲୋକଲୋଚନକୁ ଆସିଛନ୍ତି । ବର୍ତ୍ତମାନ କାଚ ବୋତଲ ଭିତରେ ଏକ ଦୀପଷ୍ଟାଣ୍ଡ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।
ବୋତଲ ଭିତରେ ଦୀପଷ୍ଟାଣ୍ଡ କରି ଦୀପାବଳି ଶୁଭେଚ୍ଛା ଦେଲେ ଈଶ୍ବର - ଖୋର୍ଦ୍ଧାର କଳାକାର ଏଲ ଇଶ୍ବର ରାଓ
ସବୁବେଳେ ନୂଆ କିଛି କରିବାର ପ୍ରୟାସ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ସୂକ୍ଷ୍ମ କଳାକୃତି କରି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଅଧିକ ପଢ଼ନ୍ତୁ...
କୋରୋନା ସଂକ୍ରମଣ ଯୋଗୁଁ ଘରେ ରହି ଦୀପ ଜାଳି ଦୀପାବଳୀ ପାଳିବା ପାଇଁ ସେ କଳାକୃତି ମାଧ୍ୟମରେ ସନ୍ଦେଶ ଦେଇଛନ୍ତି । ଈଶ୍ୱର 750ml ବୋତଲ ଭିତରେ ମାଟି, କାଚ ଓ କାଗଜ ବ୍ୟବହାର କରି 5ଇଞ୍ଚ ଉଚ୍ଚ ଓ ୩.୫ ଇଞ୍ଚ ଚଉଡ଼ାର ଏକ ଦୀପଷ୍ଟାଣ୍ଡ ପ୍ରସ୍ତୁତ କରିଛନ୍ତି ।
ଏହି କଳାକୃତି କରିବାପାଇଁ ଈଶ୍ୱରଙ୍କୁ ୫ ଦିନ ସମୟ ଲାଗିଥିଲା । ଏହାପୂର୍ବରୁ ମଧ୍ୟ ସେ ଏଭଳି ଅନେକ କଳାକୃତ୍ତି କରି ସାରିଛନ୍ତି । ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳ ସହ ସାରା ରାଜ୍ୟରେ ଅନେକ ପ୍ରଶଂସା ସାଉଁଟିଛନ୍ତି । ପ୍ରତ୍ୟେକ ପର୍ବପର୍ବାଣୀ ବା ଜାତୀୟ ଦିବସରେ ସେ ଏହିଭଳି କଳାକୃତି କରି ଆସୁଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ