ଓଡିଶା

odisha

ETV Bharat / state

ଭଲ ବର ପାଇଁ ଚାନ୍ଦ ପୂଜିଲେ କୁମାରୀ - odisha festival

କୁମାରୀଙ୍କ ପାଇଁ ଦିନଟିଏ । ଆଜି ପବିତ୍ର କୁମାର ପୂର୍ଣ୍ଣିମା । ସନ୍ଧ୍ୟାରେ ଝିଅମାନେ ସଜବାଜ ହୋଇ ନୂତନ ବସ୍ତ୍ର ପରିଧାନ କରି ରୂପାଥାଳି ପରି ଝଲସୁଥିବା ଚାନ୍ଦର ପୂଜା କରିଛନ୍ତି । ଭଲ ବର ପାଇଁ ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳନ କରିଥାନ୍ତି ଓଡିଆ ଝିଅମାନେ ।

kumar purniam

By

Published : Oct 13, 2019, 9:19 PM IST

Updated : Oct 13, 2019, 11:57 PM IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ସହ ଗଜଲଷ୍ମୀ ପୂଜା । ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ । ରାଜଧାନୀ ବି ବେଶ ଚଳଚଞ୍ଚଳ । ସକାଳୁ ସୂର୍ଯ୍ୟଙ୍କୁ ପୂଜା କରବା ସହ ରାତିରେ ଚାନ୍ଦକୁ ପୂଜା କରିଛନ୍ତି କୁମାରୀମାନେ । ଭଲ ବର ସହ ଭଲ ପରିବାର ପାଇଁ କୁମାରୀମାନେ ଆଜିର ଦିନରେ ପୂଜା ଅର୍ଚ୍ଚନା କରିଛନ୍ତି ।

କୁମାରୀଗଣଙ୍କ ଚାନ୍ଦ ପୂଜା
ଭଲ ବର ପାଇଁ କୁମାରୀଙ୍କ ଚାନ୍ଦ ପୂଜା

କିମ୍ବଦନ୍ତୀ ଅନୁସାରେ କେବଳ ଆଜିର ଦିନରେ ଚନ୍ଦ୍ରମା ଷୋହଳ କଳାରେ ପରିପୂର୍ଣ୍ଣ ଥାନ୍ତି । ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପୂଜା କରାଯାଇଥାଏ । ଏହା ସହ ଆଜି ରାତିରୁ ମା ଗଜଲଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଏ ।

କୁନି ଝିଅର ଚାନ୍ଦ ପୂଜା
କୁମାର ପୂର୍ଣ୍ଣିମାରେ ସଜେଇ ହେଲେ କୁଆଁରୀ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Oct 13, 2019, 11:57 PM IST

ABOUT THE AUTHOR

...view details