ଖୋର୍ଦ୍ଧା: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସହ 16 ଦଫା ଦାବି ନେଇ କୃଷକ ସଂଗଠନର ଏକ ସଭା ଅନୁଷ୍ଠିତ ହୋଇଛି । ଶନିବାର ବୋଲଗଡ ବ୍ଲକ ଅସରଳାଠାରେ ଏହି କୃଷକ ସଭା ଅନୁଷ୍ଠିତ ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ 7 ଲକ୍ଷ କୃଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଗଠକ ଅକ୍ଷୟ କୁମାର ।
16 ଦଫା ଦାବି ନେଇ ଖୋର୍ଦ୍ଧାରେ କୃଷକ ସଭା - farmers protest in khurda
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସହ 16 ଦଫା ଦାବି ନେଇ କୃଷକ ସଂଗଠନର ଏକ ସଭା ଅନୁଷ୍ଠିତ ହୋଇଛି । ଶନିବାର ବୋଲଗଡ ବ୍ଲକ ଅସରଳାଠାରେ ଏହି କୃଷକ ସଭା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...
ଖୋର୍ଦ୍ଧାରେ କୃଷକ ସଭା
ଏହି ସଭାରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କାଳିଆ ଯୋଜନାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ସାମିଲକୁ ବିରୋଧ କରିଥିଲେ । ଜିଲ୍ଲା ସଂଯୋଜକ ସୁରେଶ ମାନସିଂହ ଓ ସ୍ଥାନୀୟ ସରପଞ୍ଚ ଫକୀର ଚରଣ ସ୍ବାଇଁଙ୍କ ସମେତ ଅଞ୍ଚଳର ବହୁ କୃଷକ ଏହି ସଭାରେ ଯୋଗ ଦେଇଥିଲେ । ବୈଠକର ଶେଷରେ ନବନିର୍ମାଣ ସଂଗଠନର କର୍ମକର୍ତ୍ତାମାନେ ରାତିରେ ଗ୍ରାମ ପରିକ୍ରମା କରି ପାଣ୍ଠି ସଂଗ୍ରହ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ