ଭୁବନେଶ୍ବର: କାହିଁକି ମେ ମାସରେ ଅର୍ଥାତ ଗ୍ରୀଷ୍ମରେ ଆସୁଛି ବାତ୍ୟା । ଏହାର ବିପଦ ଓଡିଶା ଉପରେ କାହିଁକି ରହୁଛି । ମେ ୬ ତାରିଖରେ ବଙ୍ଗୋପ ସାଗରରେ ଆଉ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଯାହାକି ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି । ବିଭିନ୍ନ ମଡେଲର ଆକଳନ ଅନୁସାରେ ଏହା ୧୦ ତାରିଖ ବେଳକୁ ମିଆଁମାର ମୁହାଁ ହେବ । ତେବେ ଓଡିଶା ଉପରେ ଯେ ବିପଦ ନାହିଁ, ସେକଥା କହିହେବ ନାହିଁ । କାରଣ ଏହା ଆକସ୍ମିକ ଏବଂ ଅପ୍ରତ୍ୟାଶିତ । ତେଣୁ ଏବେଠାରୁ ବାତ୍ୟାର ଗତିପଥ ଉପରେ କିଛି କହିବା ମୁସ୍କିଲ । ଏସଆରସିଙ୍କ କହିବାନୁସାରେ ଶେଷ ମିନିଟରେ ମଧ୍ୟ ଗତିପଥରେ ପରିବର୍ତ୍ତନ ଆସିପାରେ ଏବଂ ଓଡିଶା ମୁହାଁ ମଧ୍ୟ ହୋଇପାରେ । ଏପରି ସ୍ଥିତିରେ ବଡ଼ ପ୍ରଶ୍ନ ହେଲା, ପ୍ରତିବର୍ଷ ମେ ମାସରେ କାହଁକି ଆସୁଛି ଗ୍ରୀଷ୍ମକାଳୀନ ବାତ୍ୟା ?
ନିକଟ ଅତୀତକୁ ଦେଖିଲେ, ୨୦୧୯ ଗ୍ରୀଷ୍ମ ସମୟରେ ଓଡିଶାରେ ହିଟ କରିଥିଲା ଫନି ବାତ୍ୟା । ଏହା ପରେ ପରେ ୨୦୨୦ରେ ହିଟ କରିଥିଲା ବାତ୍ୟା ଅମ୍ଫାନ ଏବଂ ଏହା ପରେ ୨୦୨୧ରେ ୟାସ । ଗତବର୍ଷ ଅର୍ଥାତ ୨୦୨୨ରେ କୌଣସି ଗ୍ରୀଷ୍ମକାଳୀନ ବାତ୍ୟା ଆସିନଥିଲା । ସେତେବେଳେ ଫନିକୁ କିଛି ଏପରି ଢଙ୍ଗରେ ଘୋଷଣା କରାଯାଇଥିଲା ଯେ, ଫନି ହେଉଛି ଏକ ରେୟାର ଏକ୍ସଟ୍ରିମ ୱେଦର ଇଭେଣ୍ଟ । ଯାହାକି ୪୩ ବର୍ଷ ପରେ ଗ୍ରୀଷ୍ମ ସମୟରେ ଓଡିଶାରେ ବାତ୍ୟା ହିଟ କରିଥିଲା । ସାଧାରଣତଃ ଓଡିଶାରେ ମୌସୁମୀ ସିଜିନରେ ୧୯୯୧ ମସିହାରୁ ୨୦୧୭ ମଧ୍ୟରେ ବାତ୍ୟା ବାରମ୍ବାର ଆସିଛି । କିନ୍ତୁ ଯଦି ଗ୍ରୀଷ୍ମ ସମୟ କଥା ଦେଖାଯାଏ, ତେବେ ୧୪ଟି ବାତ୍ୟା ଫରମେସନ ହୋଇଛି ବଙ୍ଗୋପ ସାଗରରେ । କିନ୍ତୁ ଏହି ବାତ୍ୟା ମଧ୍ୟରୁ ଅଧିକାଂଶ ଲ୍ୟାଣ୍ଡଫଲ କରିନାହିଁ ।