ଓଡିଶା

odisha

By

Published : Dec 6, 2019, 10:49 PM IST

ETV Bharat / state

ସିଭିଲ ଡିଫେନ୍ସରେ କେମିତି ଦିଆଯାଏ ତାଲିମ, ଆସନ୍ତୁ ଜାଣିବା

କିପରି ଦିଆଯାଏ ସିଭିଲ ଡିଫେନ୍ସ ଟ୍ରେନିଂ । ଏହି ସମ୍ବନ୍ଧରେ ସିଧାସଳଖ ଭାବରେ ଆମ ସମ୍ବାଦଦାତା ଆଲୋଚନା କରିଛନ୍ତି ସିଭିଲ ଡିଫେନ୍ସ ଇନଷ୍ଟ୍ରକଟର କମାଣ୍ଡ ବିମଲ ପ୍ରସାଦଙ୍କ ସହ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ସିଭିଲ ଡିଫେନ୍ସ ଟ୍ରେନିଂ
ସିଭିଲ ଡିଫେନସରେ କେମିତି ଦିଆଯାଏ ତାଲିମ, ଆସନ୍ତୁ ଜାଣିବା

ଭୁବନେଶ୍ବର: ଘଡଘଡି ହେଉ ବା ଆକସ୍ମିକ ଦୁର୍ଘଟଣା । ଅଗ୍ନିକାଣ୍ଡ ବା ପ୍ରାକୃତିକ ବିପର୍ଯ୍ୟୟ ସବୁରି ମୁକାବିଲା ପାଇଁ ପ୍ରସ୍ତୁତ ଥାଏ ସିଭିଲ ଡିଫେନସ । ଭୁବନେଶ୍ବରରେ ଏହିଭଳି ଏକ ସ୍ବେଚ୍ଛାକୃତ ଅନୁଷ୍ଠାନ ରହିଛି ଯେଉଁଠି ସ୍ବେଚ୍ଛାକୃତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ସିଭିଲ ଡିଫେନ୍ସର ତାଲିମ ଦିଆଯାଇଥାଏ । ସେହି ଅନୁଷ୍ଠାନର ସିଭିଲ ଡିଫେନ୍ସ ଇନଷ୍ଟ୍ରକଟର କମାଣ୍ଡ ବିମଲ ପ୍ରସାଦ ପାଣିଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ସିଭିଲ ଡିଫେନସରେ କେମିତି ଦିଆଯାଏ ତାଲିମ, ଆସନ୍ତୁ ଜାଣିବା

କମାଣ୍ଡ ବିମଲ ପ୍ରସାଦ ପାଣିଙ୍କ କହିବାନୁଯାୟୀ ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ସ୍ବେଚ୍ଛାକୃତ ଭାବରେ ତାଲିମ ନେବା ପାଇଁ ଏଠାକୁ ଆସିଥାନ୍ତି । ଘଡଘଡି ମାରିଲେ କ'ଣ କରିବେ, କିପରି ନିଜକୁ ସୁରକ୍ଷା ଦେବେ ଏବଂ ଲୋକଙ୍କୁ ରେସ୍କ୍ୟୁ କରିବେ । ବିନା ମେସିନ ବା ଗାଡି ସହାୟତାରେ କିପରି ଲୋକଙ୍କୁ ଗୋଟିଏ ସ୍ଥାନରୁ କାନ୍ଧରେ ଓ ଷ୍ଟ୍ରେଚରରେ ବୋହି ନେବେ । ସୁଉଚ୍ଚ ବିଲଡିଂରେ ଫସିଥିଲେ କପରି ଦଉଡି ମାଧ୍ୟମରେ ବା ସିଡି ସାହାଯ୍ୟରେ ରେସ୍କ୍ୟୁ ଅପରେସନ କରିବେ । ଏହି ସମସ୍ତ ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇଥାଏ ।

କେବଳ ଏତିକି ନୁହେଁ ଏହାସହ କୌଣସି ସ୍ଥାନରେ ନିଆଁ ଲାଗିଥିଲେ ଫାୟାର ଏକ୍ସଟିନଗ୍ୟୁସର ବା ନିଆଁଲିଭା ଗାଡି ମାଧ୍ୟମରେ କିପରି ନିଆଁକୁ ଆୟତ୍ତ କରିବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଖାଦ୍ୟ ବଣ୍ଟନ ଠୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଏହି ସମସ୍ତ ବିଷୟରେ ବିଭିନ୍ନ ସ୍କୁଲ ଓ କଲେଜ ଠୁ ବଛା ହୋଇଆସିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଥାଏ । ତେବେ ସେହି ବିଷୟରେ କମାଣ୍ଡ ବିମଲ ପ୍ରସାଦ ଇଟିଭି ଭାରତ ସମ୍ବାଦଦାତାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ରାଷ୍ଟ୍ରପତି ପଦକରେ ବହୁବାର ପ୍ରଶଂସିତ ମଧ୍ୟ ହୋଇଛନ୍ତି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details